ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ପୁଣି ବଢିଛି ବସ୍ ଭଡା। ବସ୍ ଭଡା ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତୈଳଦର ବୃଦ୍ଧି ଯୋଗୁଁ ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ପୂର୍ବରୁ ଅର୍ଡିନାରୀ ବସ ଭଡା ୮୦ ପଇସା ଥିବା ବେଳେ ଏବେ ୮୫ ପଇସା ହୋଇଛି । ଏକ୍ସପ୍ରେସ ବସ ଭଡା ୮୪ ପଇସା ଥିବା ବେଳେ ୮୯ ପଇସା ହୋଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଡିଲକ୍ସ ବସ ଭଡା ୧.୧୧ ପଇସା ଥିବା ବେଳେ ଏବେ ୧.୨୨ ପଇସା ହୋଇଛି । ଏସି ବସ୍ ଭଡା ୧.୩୯ ପଇସା ଥିବା ବେଳେ ତାହା ୧.୪୯ ପଇସା ହୋଇଛି ।