ଲକଡାଉନ୍ ପରେ ପୁଣି ରାଜ୍ୟରେ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ପ୍ରାୟ ୨୭% ଦୁର୍ଘଟଣା ଜନିତ ମୃତ୍ୟୁ ବଢିଛି। ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକ୍ ସ୍ପଟ ରହିଛି । ଖୋର୍ଦ୍ଧାରେ ହିଁ ସବୁଠାରୁ ଅଧିକ ପରିମାଣର ଦୁର୍ଘଟଣା ଘଟୁଛି । ପିତାପଲି, ପାହାଳ, ଆଚାର୍ଯ୍ୟ ବିହାରରେ ଅଧିକ ଦୁର୍ଘଟଣା ଘଟୁଛି । ସେହିପରି ଆଚାର୍ଯ୍ୟବିହାର, ସତସଙ୍ଗ ବିହାର, ହଂସପାଳ ଛକ, ଏଜି ଛକରୁ ରାଜଭବନ, ରାମମନ୍ଦିର ଛକରୁ ମାଷ୍ଟକ୍ୟାଣ୍ଟିନରେ ଅଧିକ ଦୁର୍ଘଟଣା ଘଟୁଛି । ଏହା ସହ କଳିଙ୍ଗ ବିହାର ଛକ, ତମୋଣ୍ଡା ଛକ ବି ଅଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ । ତେବେ ଲକଡାଉନ୍ ସମୟରେ ୬୪ ପ୍ରତିଶତ ଦୁର୍ଘଟଣା କମିଥିଲା । ଏବେ ପୁଣି ରାଜ୍ୟରେ ସେପ୍ଟେମ୍ବରରୁ ଅକ୍ଟୋବର ଯାଏଁ ୨୭% ଦୁର୍ଘଟଣା ବଢିଛି ।