ପିପିଲି,(ଏସ୍ ନ୍ୟୁଜ): ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା। ବହୁ ଦିନର ଅପେକ୍ଷା ପରେ ଆଜି ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୭ ତାରିଖରେ ପିପିଲିରେ ଉପ ନିର୍ବାଚନ ହେବ ବୋଲି ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ । ସେହିପରି ଏପ୍ରିଲ ୩ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମେ ୨ ତାରିଖରେ ଭୋଟ ଗଣତି ଓ ରେଜଲ୍ଟ ପ୍ରକାଶ ପାଇବ ।