ଭୁବନେଶ୍ୱର,(ଏସ୍ ନ୍ୟୁଜ): ଆସନ୍ତାକାଲିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଆସନ୍ତାକାଲି ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଯାହା ପରେ ରାଜଭବନରେ ରାତ୍ରି ଯାପନ କରିବେ। ପରଦିନ ଅର୍ଥାତ୍ ୨୧ ତାରିଖ ସକାଳେ ରାଜଭବନରୁ ଭୁବନେଶ୍ୱର ଏୟାରପୋର୍ଟ ହୋଇ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବ।
ଝାରସୁଗୁଡ଼ାରୁ ରାଉରକେଲା ଗସ୍ତ କରିବେ। ସକାଳ ୧୧ଟାରେ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହା ପରେ ଅପରାହ୍ଣ ୧୨ଟା ବେଳେ ରାଉରକେଲା ଏନଆଇଟି ଛାଡ଼ିବେ। ସେହିଦିନ ରାଷ୍ଟ୍ରପତି ସନ୍ଧ୍ୟାରେ ସନ୍ଧ୍ୟା ୬.୧୦ରେ ଭୁବନେଶ୍ୱର ଆସି ରାଜଭବନରେ ରହିବେ। ୨୨ ତାରିଖ ସକାଳ ୧୧ଟାରେ ପୁରୀରେ ପହଞ୍ଚିବେ। ଯେଉଁଠାରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ପରେ ରାଷ୍ଟ୍ରପତି ୧୨.୧୫ ପରେ କୋଣାର୍କରେ ବିଶ୍ରାମ ନେବେ। ଅପରାହ୍ଣ ୪.୧୫ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶକ କରିବା ପରେ ଅପରାହ୍ନ ୫ଟା ବେଳେ ରାଷ୍ଟ୍ରପତି କୋଣାର୍କରୁ ହେଲିପ୍ୟାଡ୍ ଯୋଗେ ଭୁବନେଶ୍ୱର ଫେରିଆସିବେ।