ଭୁବନେଶ୍ୱର,(ଏସ୍ ନ୍ୟୁଜ): ବାତ୍ୟା “ୟାସ୍”ର ପ୍ରଭାବ କେନ୍ଦ୍ରାପଡା ତାଳଚୁଆ ଓ ଚିଲିକା ସାତପଡ଼ାରେ ଦେଖିବାକୁ ମିଳିଛି।ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ଅତି ବଡ଼ ବିପତ୍ତି ନେଇ ଆସୁଛି ବାତ୍ୟା ‘ୟାସ୍’। ଭାରତୀୟ ପାଣିପାଗ ସଂସ୍ଥା (ଆଇଏମ୍ଡି) ସୂଚନା ଅନୁସାରେ ଧାମରା ଓ ଚାନ୍ଦବାଲି ରେ ଏହି ଭୟଙ୍କର ବାତ୍ୟା ସ୍ଥଳଭାଗ ଛୁଇଁବ। ବାତ୍ୟାର ତୀବ୍ରତା ଦୃଷ୍ଟିରୁ ଭଦ୍ରକରୁ ବାଲେଶ୍ବର ଏହି ଦୁଇ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଘୋଷଣା କରାଯିବା ସହ ସର୍ବାଧିକ ବିପଦ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। କେବଳ ଏହି ଦୁଇ ଜିଲ୍ଲାରେ ପାଖାପାଖି ୧୯୨ କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ରହିଛି। ଯାହାକି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଧାମରା, ବାସୁଦେବପୁର, ଆରଡି, ଚୂଡାମଣି, ବିଦେଇପୁର, ଇରମ୍ଠାରୁ ଆରମ୍ଭ କରି ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ବାହାନାଗା ବାଲିଆପାଳ, ଭୋଗରାଇ, ଉଦୟପୁର, ତାଳସାରୀ ଯାଏ ଲମ୍ବିଛି। ସେପଟେ ଧାମରା ଓ ଚାନ୍ଦବାଲି ମଧ୍ୟସ୍ଥଳରେ ‘ୟାସ୍’ ସ୍ଥଳଭାଗ ଛୁଇଁବ ବୋଲି ଆଇଏମ୍ଡି ଡିଜି ମୃତୁଞ୍ଜୟ ମହାପାତ୍ର କହିଛନ୍ତି।
ବର୍ତମାନ ବାତ୍ୟା “ୟାସ୍” ପ୍ରଭାବରେ ଚିଲିକା ସାତପଡ଼ାରେ ପ୍ରବଳ ବର୍ଷା ସହ ପବନ ବହିବା ର ଦୃଶ୍ୟ ଦେଖିବାକୁ ମିଳିଛି। ଏହାଛଡା କେନ୍ଦ୍ରାପଡା ତାଳଚୁଆରେ କୁଳ ଲଙ୍ଘିବା ସହ ପବନ ଓ ରାସ୍ତା ଘାଟ ପାଣିପବନରେ ବଢିବା ସହ “ୟାସ୍” କୋପ ଆରମ୍ଭ ହୋଇଛି । ସୂଚନା ଅନୁଯାଇ ପାରାଦୀପ ଠାରୁ ୨୦୦କିମି ଦୂରରେ ରହିଛି ବାତ୍ୟା ୟାସ୍ । ଏହାର ଘଂଟାପ୍ରତି ବେଗ ୧୫କିମି ରହିଛି ।