ମୁମ୍ବାଇ: ମୁମ୍ବାଇରେ ଅଭିନେତାଙ୍କ ମୃତ୍ୟୁ ହେବାର ପ୍ରାୟ ଏକ ବର୍ଷ ପରେ ସୁଶାନ୍ତ ସିଂ ରାଜପୁତଙ୍କ ରୁମମେଟ ସିଦ୍ଧାର୍ଥ ପିଥାନିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି। ମୁମ୍ବାଇର ସୁଶାନ୍ତ ସିଂ ରାଜପୁତଙ୍କ ଘରେ ଉପସ୍ଥିତ ଥିବା ଚାରି ଜଣଙ୍କ ମଧ୍ୟରେ ସିଦ୍ଧାର୍ଥ ପିଥାନି ଥିଲେ। ବଲିଉଡର ସୁପରଷ୍ଟାର ତଥା ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟ ଘଟଣାରେ ଏବେ ବି ସନ୍ଦେହ ଘେରରେ ରହିଛି । ଡ୍ରଗ୍ସ କାରବାର ଘଟଣାରେ ପୁଣି ଜଣେ ଗିରଫ ହୋଇଛନ୍ତି । ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କରିଛି । ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ସିଂ ଙ୍କ ଆତ୍ମହତ୍ୟା ସମୟରେ ଘରେ ଉପସ୍ଥିତ ଥିବା ୪ ଜଣଙ୍କ ମଧ୍ୟରୁ ଜଣେ । ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଇଛି । ତାଙ୍କର ଗତସପ୍ତାହରେ ନିର୍ବନ୍ଦ ସରିଛି । ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିଦ୍ଧାର୍ଥଙ୍କ ନାଁ ବି ମିଡିଆରେ ଚର୍ଚ୍ଚାରେ ରହିଥିଲା ।
୨୦୨୦ ଜୁନ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ସେ ମୁମ୍ବାଇସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସିଦ୍ଧାର୍ଥ ହିଁ ପ୍ରଥମେ ଘର ଭିତରେ ସୁଶାନ୍ତ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୁଲିସ ଓ ହସ୍ପିଟାଲକୁ ଫୋନ କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ବିଲିଉଡ ଇଣ୍ଟଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଥିଲା। ସୁଶାଙ୍କ ମୃତ୍ୟୁ ପରେ ତାଙ୍କ ଘର ଲୋକ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସୁଶାନ୍ତ ମୃତ୍ୟୁ ମାମଲା ଯାଞ୍ଚ ସମୟରେ ଡ୍ରଗ୍ସ ଦିଗ ସାମ୍ନାକୁ ଆସିଥିଲା। ତେବେ ଏନସିବି ଅଧିକାରୀ ଏବେ ସିଦ୍ଧାର୍ଥ ପିଠାନୀଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚୁରା କରିବେ । କ୍ରିଏଟିଭ ଆର୍ଟ ଡିଜାଇନର ସିଦ୍ଧାର୍ଥ ପଠାନୀ ସୁଶାନ୍ତଙ୍କ ସବୁଠୁ ଅନ୍ତରଙ୍ଗ ବନ୍ଧୁ ଥିଲେ । ଯେତେବେଳେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଘରେ ରହୁନଥିଲେ ସେ ସୁଶାନ୍ତଙ୍କ ସାମ୍ନା ରୁମ ରେ ରହୁଥିଲେ । ସିବିଆଇ ନିଜ ତଦନ୍ତରେ ବହୁତ ଲୋକଙ୍କୁ ପଚରାଉଚୁରା କରିଛି ।