ଜୁନ୍‌ ୩୦ ଯାଏଁ ବଢ଼ିଲା: ବିଦେଶକୁ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣା

ନୂଆଦିଲ୍ଲୀ: ବିଦେଶୀକୁ ଯାତ୍ରୀବାହୀ ବିମାନ ଉଡ଼ି ପାରିବ ନାହିଁ । କେନ୍ଦ୍ର ସରକାର ମହାମାରୀ କରୋନାକୁ ଦୃଷ୍ଟିରେ ବିଦେଶକୁ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରାୟ ୧୫ ମାସ ତଳେ ଭାରତ ସରକାର ବିଦେଶକୁ ବିମାନ ଉଡ଼ାଣ ବନ୍ଦ କରିଥିଲେ। ନିୟମିତ ଯାତ୍ରୀବାହୀ ବିମାନ ଉପରେ ରୋକ ଲାଗିଥିବା ବେଳେ ବନ୍ଦେ ଭାରତ ମିଶନ ଓ ଟ୍ରାଭେଲ ବବଲ୍ସ ରହିଥିବା ଦେଶଗୁଡ଼ିକ ମଧ୍ୟରେ ବିମାନ ଚଳାଚଳ ଜାରି ରହିଛି। ସେହିପରି ଜରୁରୀ ଓ ମେଡିସିନ ସାମଗ୍ରୀ ନେବା ଆଣିବା କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ କଟକଣା ମୁକ୍ତ ରହିଛନ୍ତି।

ସୂଚନା ଥାଉ କି ଯେ ଦେଶରେ କରୋନା ମହାମାରୀ ହେତୁ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଅର୍ଥାତ ଡିଜିସିଏ କହିଛି ଯେ ପ୍ରତ୍ୟେକ ପ୍ରସଙ୍ଗକୁ ବିଚାର କରି ମନୋନୀତ ମାର୍ଗରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି ଦେଇ ପାରିବେ। ଏହି ନିଲମ୍ବନ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉପରେ ପ୍ରଭାବ ପକାଇବ ନାହିଁ। ଜାଣିରଖିବା ଯେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ସ୍ଥଗିତାଦେଶ ସମ୍ପର୍କରେ ଏହି ନିଷ୍ପତ୍ତି କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଆସିଛି।