ମୁମ୍ବାଇ ଆଶିଆନା ଟାୱାରରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇ ଓସିୱାରା ଅଞ୍ଚଳରେ ଥିବା ଆଶିଆନା ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅନେକ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାଁନ୍ତି ବୋଲି ଜଣାପଡିଛି ।