ଲକଡାଉନକୁ କୋହଳ, ଆସନ୍ତା ୭ରୁ ସବୁ କର୍ମଚାରୀ ଅଫିସ ଆସିବେ

ଅହମ୍ମଦାବାଦ : ଗୁଜୁରାଟରେ ବେସରକାରୀ ଓ ସରକାରୀ ଅଫିସରେ ୧୦୦% ଉପସ୍ଥାନ, ନିର୍ଦ୍ଦେଶ ଜାରି କଲେ ଗୁଜୁରାଟ ସରକାର ।କରୋନା ମହାମାରୀର ଦ୍ୱିତୀୟ ଲହର ଏବେବି ଜାରି ରହିଛି । ଏହା ମଧ୍ୟରେ ଗୁଜୁରାଟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୭ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ସରକାର ଘୋଷଣା କରିଛନ୍ତି । ଗୁଜୁରାଟରେ ଲକଡାଉନକୁ କୋହଳ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି । ସେହିପରି ରେଷ୍ଟୁରାଣ୍ଟ ଓ ହୋଟେଲରୁ ଡେଲିଭରୀ ସୁବିଧା ରାତି ୧୦ଟା ଯାଏଁ ଜାରି ରହିବ । ତେବେ ସମସ୍ତ ଜିଲ୍ଲାରେ ୧୧ ତାରିଖ ଯାଏଁ ରାତି ୯ରୁ ସକାଳ ୬ ଯାଏଁ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ ।