ଲୋକଙ୍କୁ ଭ୍ରମାତ୍ମକ ମିଥ୍ୟା ଖବର ଭାଇରାଲ: ବନ୍ଧାହେବେ ଗୁଜବକାରୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୧୩/୦୬: ଗୁଜବକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ବନ୍ଧାହେବେ ଭାଇରାଲ କାରୀ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ଲକଡାଉନ ଥିବା ବେଳେ ୧୭ ପରଠାରୁ ଓଡ଼ିଶାର କିଛି ଜିଲ୍ଲା ଅନଲକ ହେବାର ଆଶଙ୍କା କରାଯାଉଛି ।
ତେବେ ଏହାର କିଛିଦିନ ପୂର୍ବରୁ ଗତକାଲି ଠାରୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ମିଥ୍ୟା ତଥ୍ୟ ପ୍ରଦାନ କରାଯିବା ସହ ଏହାକୁ ଭାଇରାଲ କରାଯାଇଛି । କିଛି ଅସାମାଜିକ ଏହାକୁ ଭାଇରାଲ କରୁଥିବା ବେଳେ ଲୋକଙ୍କୁ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି ।

ଏ ମିଥ୍ୟା ଖବର ଭାଇରାଲ ହେବାପରେ ସ୍ପେଶାଲ ରିଲିଫ କମିଶନର ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ଗୁଜବ ବୋଲି କହିବା ସହ ତୁରନ୍ତ ଏଥିରୁ କ୍ଷାନ୍ତ ରହିବାକୁ ଜନସାଧାରଣାଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ଲୋକଙ୍କୁ ଭୂତେଇ ମିଥ୍ୟା ଖବର ଭାଇରାଲ କରିଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ଟୁଇଟ ଯୋଗେ ଜଣାଇଛନ୍ତି ଏସଆରସି ।