ଜମ୍ମୁ-କଶ୍ମୀର: ସମ୍ବିଧାନର ଧାରା ୩୭୦ ଜମ୍ମୁ-କଶ୍ମୀରରେ ପୁନଃ ପ୍ରଚଳନ କରିବାକୁ ନ୍ୟାସନାଲ କନ୍ଫରେନ୍ସ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଶନିବାର ପୁଣି ଏହି ଦାବିକୁ ଦୋହରାଇଛନ୍ତି । ଫାରକ୍ କହିଛନ୍ତି ଯେ ଜମ୍ମୁ-କଶ୍ମୀର ପାଇଁ ଧାରା ୩୭୦ ସବୁବେଳେ ଅପରିହାର୍ଯ୍ୟ ହୋଇଆସିଛି । ଏହାକୁ ଉଛେଦ କରିବା ସାମ୍ବିଧାନିକ ଅପରାଧ । ତେଣୁ କେନ୍ଦ୍ର ସରକାର ଅବିଳମ୍ବେ ଏହି ଧାରାର ପୁନଃ ପ୍ରଚଳନ କରିବାକୁ ସେ ଦାବି ଜଣାଇଛନ୍ତି । ଫାରୁକ ସହ ଏହି ପ୍ରସଙ୍ଗରେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ସ୍ୱର ମିଳାଇଛନ୍ତି । ମେହବୁବା କହିଛନ୍ତି ଯେ ୩୭୦ ଧାରା ପୁନଃ ପ୍ରଚଳନ ନହେବା ପର୍ଯ୍ୟନ୍ତ ତାଙ୍କ ଦଳ ବିଧାନସଭା ନିବାଚନ ଲଢିବ ନାହିଁ ।