ପଞ୍ଜାବ ବାସୀଙ୍କୁ ମାଗଣାରେ ବିଦ୍ୟୁତ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଆଉ ଏକ ବଡ ଘୋଷଣା କରିଛନ୍ତି । ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଥିଲେ । ଯଦି ୨୦୨୨ ନିର୍ବାଚନ ଜିତି ଆପ ସରକାର ଗଢେ ତେବେ ପଞ୍ଜାବ ବାସୀଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ଘୋଷରା କରିଛନ୍ତି । ସେ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, ଦିଲ୍ଲୀରେ ଆମେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଇଦେଉଛୁ । ପଞ୍ଜାବରେ ଆପ ସରକାର ଆସିଲେ ମାଗଣାରେ ବିଦ୍ୟୁତ୍‌ ଯୋଗାଇ ଦେବ ।