କେନ୍ଦ୍ର ସରକାରଙ୍କ ୧.୧ ଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାମାରୀ କରୋନା ଦ୍ୱାରା କ୍ଷତିଗ୍ରସ୍ତ ସେକ୍ଟରଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ଋଣ ସହାୟତା ସମ୍ପର୍କରେ ସୂଚନା ଦେଇଛନ୍ତି । ମହାମାରୀ କରୋନା ଦ୍ୱାରା କ୍ଷତିଗ୍ରସ୍ତ ସେକ୍ଟରଗୁଡିକ ପାଇଁ କେନ୍ଦ୍ର ସରକାର ୧.୧ ଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି ।
ଋଣ ପାଇଁ ପୂର୍ବରୁ ଗ୍ୟାରେଣ୍ଟି ଦରକାର ପଡୁଥିବା ବେଳେ ଏହି ୧.୧ ଲକ୍ଷ କୋଟି ଟଙ୍କାର ଋଣ ପାଇଁ ସରକାର ନିଜେ ଗ୍ୟାରେଣ୍ଟର ରହିବେ । ସେହିପରି ସ୍ୱାସ୍ଥ୍ୟ ଭିତିଭୂମିକୁ ସଜାଡିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।
ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ଆଜି କେନ୍ଦ୍ର ସରକାର ୮ଟି ଆର୍ଥିକ ସହାୟତା ସମ୍ପର୍କରେ ନିଷ୍ପତି ନେଇଛନ୍ତି । ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ୍‌? ୩୦ରୁ ୨୦୨୨ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଉଛି । ୫ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ଲାଗୁ କରାଯିବ ।
ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଭାରତକୁ ପ୍ରଥମେ ଆସିବାକୁ ଥିବା ୫ ଲକ୍ଷ ଲୋକଙ୍କ ପାଇଁ କୌଣସି ପ୍ରକାରର ଟୁରିଷ୍ଟ ଭିସା ବାବଦ ଫି’ ଲାଗୁ ହେବନି । ୨୦୨୨ ମାର୍ଚ୍ଚ ୩୧ ଯାଏ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହା ମଧ୍ୟରେ ଯଦି ୫ ଲକ୍ଷ ପର୍ଯ୍ୟଟକ ଆସିଯିବେ, ତା’ହେଲେ ଏହି ସଂଖ୍ୟା ପରେ ମାଗଣା ଭିସା ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ । ଜଣେ ପର୍ଯ୍ୟଟକଙ୍କୁ ଗୋଟିଏ ଥର ଏହି ସୁବିଧା ମିଳିବ ।
କିଛି କଟକଣା ମଧ୍ୟରେ ୧୧ ହଜାରରୁ ଅଧିକ ଟୁରିଷ୍ଟ ଗାଇଡ, ଟ୍ରାଭେଲ, ଟୁରିଜିମ ଷ୍ଟେକ ହୋଲ୍ଡରମାନଙ୍କୁ ଆର୍ଥିକ ସହାୟତା କରାଯିବ । ସେମାନଙ୍କୁ ୧୦୦% ଗ୍ୟାରେଣ୍ଟ ଯୋଗାଇ ଦିଆଯିବ । ୧୦,୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଋଣ ମିଳିବ ।
ବିଭିନ୍ନ କ୍ଷେତ୍ର ପାଇଁ ୬୦ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି । ଏହି ଅର୍ଥ ଉପରେ ବାର୍ଷିକ ୮.୨୫% ସୁଧ ଲାଗିବ । ମାଇକ୍ରୋ ଫାଇନ୍ସ ଇନଷ୍ଟିଚ୍ୟୁଟ ଅଧୀନରେ ୨୫ ଲକ୍ଷ ଲୋକଙ୍କୁ ଋଣ ଦିଆଯିବ । ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧.୨୫ ଲକ୍ଷ ଯାଏ ଋଣ ଦିଆଯିବ ।
ଜରୁରୀ କାଳୀନ ଋଣ ପରିମାଣକୁ ୩ ଲକ୍ଷରୁ ବୃଦ୍ଧି କ୧.୧ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣରି ୪.୫ ଲକ୍ଷ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରାଯାଇଛି । ଏ ବାବଦରେ ୨,୨୭,୮୪୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।