ନୂଆଦିଲ୍ଲୀ : ଆମେରିକାକୁ ଟପିଲା ଭାରତ । ଟିକାକରଣରେ ଆମେରିକାକୁ ପଛରେ ପକାଇଛି ଭାରତ । ଭାରତରେ ମୋଟ ୩୨,୩୬,୬୩,୨୯୭ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବାବେଳେ ଏହି ସମୟରେ ଆମେରିକାରେ ୩୨,୩୩,୨୭,୩୨୮ ଜଣ ଟିକା ନେଇଥିବା ଜଣାପଡିଛି । ତେବେ ଆମେରିକାରେ ୪୬.୫ ପ୍ରତିଶତ ବୟସ୍କ ଟିକା ନେଇସାରିଥିବାବେଳେ ଭାରତରେ ଏମାନଙ୍କ ସଂଖ୍ୟା ମାତ୍ର ୪ ପ୍ରତିଶତ ।