ଦେଶରେ ୪୦ ହଜାରରୁ ଊଦ୍ଧ୍ୱ ବ୍ଲାକ ଫଙ୍ଗସରେ ସଂକ୍ରମିତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସୂଚନା; ଏପର୍ଯ୍ୟନ୍ତ ଦେଶରେ ୪୦,୮୪୫ ଜଣ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବାବେଳେ ୩,୧୨୯ ଜଣଙ୍କ ମୃତ୍ୟୁ ହୋଇଛି। କୋଭିଡ-୧୯କୁ ନେଇ ଆୟୋଜିତ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ମଧ୍ୟରୁ କିଛି ଲୋକ କରୋନା ସଂକ୍ରମଣ ପରେ ବ୍ଲାକ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ କିଛି ଲୋକ ମଧୁମେହ କାରଣରୁ ଓ ଆଉ କିଛି ଲୋକ ମାତ୍ରାଧିକ ଶକ୍ତି ବର୍ଦ୍ଧକ ଔଷଧ ସେବନ କାରଣରୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ମଧ୍ୟରୁ ୧୩,୦୮୩ ଜଣ ୧୮-୪୫ ବର୍ଗ ହୋଇଥିବା ବେଳେ ୧୭,୪୬୪ ଜଣ ୪୫-୬୦ ବର୍ଷ ବୟସ୍କ ରହିଛନ୍ତି। ୧୦,୦୮୨ ଜଣ ବ୍ୟକ୍ତି ୬୦ ବର୍ଷରୁ ଅଧିକ। ଦେଶରେ ଚାଲିଥିବା ଟିକାକରଣକୁ ନେଇ ବୈଠକରେ ଆଲୋଚନା ହୋଇଛି ।