ପୁଣି ୪୫ ଜୀବନ ନେଲା କୋଭିଡ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟରେ ଆଜି ଦୈନିକ ମାତ୍ର ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ପ୍ରତିଦିନ ୪ ଉପରେ ରହୁଛ଼ି । ୨୪ ଘଣ୍ଟାରେ ଆଉ ୪୫ ସଂକ୍ରମିତଙ୍କ ଜୀବନ ଯାଇଛି । ୧୬ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୫ ଜଣ ଆକ୍ରାନ୍ତ । ବରଗଡ଼ ଓ କଟକ ଜିଲ୍ଲାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଦୁଇଟି ଜିଲ୍ଲାରେ ଆଉ ୫ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ ଜିଲ୍ଲାରୁ ଆଉ ୪ଜଣ ପ୍ରାଣ ହରାଇଛନ୍ତି । କୋରାପୁଟ, ସମ୍ୱଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ନୟାଗଡ଼ ଓ ପୁରୀ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣ ଲେଖାଏ ଆକ୍ରାନ୍ତଙ୍କ ପ୍ରାଣ ହରାଇଛନ୍ତି । ଅନୁଗୋଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।