ଦେଶରେ ୪୩ ହଜାର ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବାରେ ନାଁ ଧରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୦୦୦ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୦୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ସହ କରୋନା ଯୋଗୁଁ ୯୫୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହା ସହିତ ସମଗ୍ର ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ଏବଂ ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨,୨୯୯ଜଣ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହି କାରଣରୁ, କରୋନାରୁ ଆରୋଗ୍ୟ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୨,୯୬,୫୮,୦୭୮ କୁ ବୃଦ୍ଧି ପାଇଛି । ଭାରତରେ କରୋନାରୁ ଆରୋଗ୍ୟ ହାର ବର୍ତ୍ତମାନ ୯୭.୦୯% ରେ ରହିଥିବାବେଳେ ଦେଶରେ ସମୁଦାୟ ସକ୍ରିୟ ମାମଲା ୪,୮୫,୩୫୦ରେ ଅଛି ।