ରାଜ୍ୟରେ ଆଜି ୨୮୦୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଓଡ଼ିଶାଫାଷ୍ଟ (ବ୍ୟୁରୋ): ରାଜ୍ୟରେ କରୋନା ଗ୍ରାଫ ତଳକୁ ଖସିବାରେ ଲାଗିଛି । ଅର୍ଥାତ୍‌ ୩ ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୮୦୩ ନୂଆ ଆକ୍ରାନ୍ତ । ଏହି ସମୟ ଭିତରେ ୭୪ହଜାର ୭୪୦ କୋଭିଡ୍‌ ଟେଷ୍ଟ କରାଯାଇଛି । କ୍ୱାରେଣ୍ଟାଇନରୁ ୧୫ଶହ ୯୭ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ୧୨ଶହ ୬ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ପଜିଟିଭ୍‌ ବାହାରିଥିବା ବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୪୪୧ ଆକ୍ରାନ୍ତ । ମୟୂରଭଞ୍ଜରୁ ୧୯୩, ପୁରୀରୁ ୧୫୪, ଯାଜପୁରରୁ ୧୫୩, ବାଲେଶ୍ୱରରୁ ୧୫୫, ଭଦ୍ରକରୁ ୧୩୧, କେନ୍ଦ୍ରାପଡ଼ାରୁ ୧୧୯, ନୟାଗଡ଼ରୁ ୧୧୫ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୧୧୭ ସଂକ୍ରମିତ ହୋଇଛନ୍ତି । ୨୦ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ବଲାଙ୍ଗିରରୁ ସବୁଠୁ କମ୍‌ ୩ ଜଣ ପଜିଟିଭ୍‌ ବାହାରିଛନ୍ତି । ନୂଆପଡ଼ା, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର ରହିଥିବା ବେଳେ ଦୈନିକ ପଜିଟିଭ୍‌ ହାର ହ୍ରାସ ପାଉଛି । ଆଜି ପଜିଟିଭିଟି ରେଟ୍‌ ୩.୭୫%କୁ ଖସିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍‌ ସଂଖ୍ୟା ୯ଲକ୍ଷ ୨୪ହଜାର ୬୯୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୯୦ହଜାର ୭୭୮ ସଂକ୍ରମିତ । ଏବେ ରାଜ୍ୟରେ ୨୯ହଜାର ୬୨୦ ଆକ୍ଟିଭ୍‌ କେସ୍‌ ରହିଛି । ଆକ୍ଟିଭ୍‌ କେସ୍‌ ରେଡ୍‌ ଜୋନରେ କେବଳ ଖୋର୍ଦ୍ଧା, କଟକ ଓ ବାଲେଶ୍ୱର ଜିଲ୍ଲା ରହିଛି । ୨୦ ଜିଲ୍ଲା ଗ୍ରୀନ୍‌ ଓ ୭ ଜିଲ୍ଲା ୟେଲୋ ଜୋନରେ ଅଛନ୍ତି ।