ରାଜ୍ୟରେ ୨୬୦୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ଶହ ୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪ଶହ ୯୫ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ୧୧ଶହ ୭ । ଖୋର୍ଦ୍ଧା ଜିଲ୍ଲାରେ ପୁଣି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ପାର କରିଛି ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୨୯ ପଜିଟିଭ୍‌ । କଟକ ଜିଲ୍ଲାରୁ ଆଉ ୩୯୭ ସଂକ୍ରମିତ ହୋଇଛନ୍ତି । ସେହିଭଳି, ଯାଜପୁର ଜିଲ୍ଲାରୁ ୧୮୩, ପୁରୀରୁ ୧୭୪, ବାଲେଶ୍ୱରରୁ ୧୬୪, ମୟୂରଭଞ୍ଜରୁ ୧୪୧ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ୨୪ ଜିଲ୍ଲାରେ ୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୬ଟି ଜିଲ୍ଲା ବଲାଙ୍ଗିର, ଦେବଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୂଆପଡ଼ାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍‌ ସଂଖ୍ୟା ୯ଲକ୍ଷ ୨୯ହଜାର ୭୮୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୮ଲକ୍ଷ ୯୭ହଜାର ୩୬୨ ଆକ୍ରାନ୍ତ । ଏବେ ରାଜ୍ୟରେ ୨୮ହଜାର ୧୫ ଆକ୍ଟିଭ୍‌ କେସ୍‌ ରହିଛି ।