ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ବୃଦ୍ଧି କରିଛନ୍ତି । ଆସନ୍ତା ଜୁଲାଇ ୧୯ ତାରିଖ ସକାଳ ୬ଟା ଯାଏ ଲକଡାଉନ କଟକଣା ରହିବ । ରାଜ୍ୟ ସରକାର ପୂର୍ବଭଳି ଅନ୍ତଃରାଜ୍ୟ ସରକାରୀ ଓ ଘରୋଇ ଗାଡି ଚଳାଚଳ ରୋକକୁ ବଳବତ୍ତର ରଖିଛନ୍ତି । କେବଳ ପୁଡୁଚେରୀକୁ ବସ ଓ ଗାଡି ମଟର ଚଳାଚଳ କରିପାରିବ ବୋଲି ଅନୁମତି ଦିଆଯାଇଛି । ସେହପରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଉଥିବା ବିଦେଶ ଯାତ୍ରାକୁ ବି ଅନୁମତି ମିଳିବ । ଏହାସହ ସିନେମା ହଲ, ଥିଏଟର, ବାର, ସୁଇମିଂ ପୁଲ, ସମସ୍ତ ପ୍ରକାରର ସାମାଜିକ, ଧାର୍ମିକ, ରାଜନୀତିକ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ପୂର୍ବଭଳି ରହିବ । ସ୍କୁଲ, କଲେଜ ଓ ପାର୍କ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ । କଣ୍ଟେନମେଣ୍ଟ ଜୋନକୁ ଛାଡି ଆଉ ସବୁ ସ୍ଥାନରେ ସବୁ ୋକାନ ବଜାର ଖୋଲି ପାରିବ । ପୂର୍ବରୁ ଏହା ରାତି ୮ଟା ଯାଏ ଖୋଲୁଥିବା ବେଳେ ଏବେ ଏହାକୁ ରାତି ୯ଟା ଯାଏ ବୃଦ୍ଧି କରାଯାଇଛି ।