ପ୍ରଥମ ବନ୍ୟାଜଳ ଛାଡ଼ିବ ହୀରାକୁଦ

ସମ୍ବଲପୁର, (ଏସ୍‌ ନ୍ୟୁଜ): ଆଜି ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌ ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହାପରେ ଆଉ କେତୋଟି ଗେଟ୍‌ ଖୋଲାଯିବ ସେନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ପ୍ରଥମ ପର୍ଯ୍ୟାୟରେ ୭ରୁ ୧୦ଟି ଗେଟ୍‌ ଦେଇ ହୀରାକୁଦ ପାଣି ନିଷ୍କାସନ ହୋଇପାରେ । ହୀରାକୁଦର ବନ୍ୟା ପାଣି ମୁଣ୍ଡୁଳୀରେ ପହଞ୍ଚିବାକୁ ୪୮ ଘଣ୍ଟା ଲାଗିବ । ଆଗକୁ ବର୍ଷା ଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଥମ ବନ୍ୟାଜଳ ଛଡ଼ାଯାଉଛି । ମହାନଦୀ ଅବବାହିକାରେ ଥିବା ୧୨ ଜିଲ୍ଲା ପ୍ରଶାସନକୁ ସୂଚନା ବି ଦିଆଯାଇଥିଲା । ତେବେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ।