ପ୍ରଧାନମନ୍ତ୍ରୀଙ୍କ ବୈଠକ ଆଜି ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ By Shaksi News Last updated Jul 13, 2021 0 ନୂଆଦିଲ୍ଲୀ: ଦେଶରେ କେଭିଡର ଦୈନିକ ସଂକ୍ରମଣରେ ହାସ୍ର ଘଟିଛି। ତଥାପି କିଛି ରାଜ୍ୟରେ ସଂକ୍ରମଣ ହାର ଉପରମୁହାଁ ରହିଛି। ଆଜି(ମଙ୍ଗଳବାର) ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୧ଟାରେ ବୈଠକ ଆରମ୍ଭ ହେବ।ବୈଠକରେ ସମ୍ପୃକ୍ତ ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବା ନେଇ ଜଣାପଡିଛି। ଆହୁରି ପଢ଼ନ୍ତୁ... ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା ମଶା ଦାଉରେ… Jun 17, 2026 ଗଞ୍ଜାମ ଜିଲ୍ଲା ଦୁର୍ନୀତି… Jun 17, 2026 ଉତ୍ତର-ପୂର୍ବାଞ୍ଚଳର ରାଜ୍ୟଗୁଡିକ ସହିତ ବୈଠକ କରିବେ ମୋଦୀ। ରାଜ୍ୟଗୁଡିକ ହେଲା ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକିମ, ମଣିପୁର, ମେଘାଳୟ, ମିଜୋରୋମ ଓ ଅରୁଣାଚଳ ପ୍ରଦେଶ। କରୋନା ସ୍ଥିତି ସମୀକ୍ଷା ସହିତ ୮ ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା ହେବା ନେଇ ସମ୍ଭାବନା ରହିଛି। ଏହି ସବୁ ରାଜ୍ୟରେ କିଛି ଦିନ ହେବ ସଂକ୍ରମଣ ମାମଲା ବୃଦ୍ଧି ହୋଇଛି। ଯାହା ଚିନ୍ତାର କାରଣ ହୋଇଛି। ଏହାର ନିୟନ୍ତ୍ରଣ ନେଇ ରାଜ୍ୟ ସରକାରମାନେ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ। Continue Reading 0 Share