ଅଗ୍ନିକାଣ୍ଡରେ କୋଭିଡ ହସ୍ପିଟାଲରେ ୫୦ରୁ ଅଧିକ ମୃତ By Shaksi News Last updated Jul 13, 2021 0 ଇରାକ୍,: ଇରାକର ରାଜଧାନୀ ବାଗଦାଦର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫୦ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଡାକ୍ତରଖାନାର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି। ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦକ୍ଷିଣ ବାଗଦାଦର ଅଲ ହୁସେନ୍ ଶିକ୍ଷାଦାନ ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି। ଆହୁରି ପଢ଼ନ୍ତୁ... ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା ମଶା ଦାଉରେ… Jun 17, 2026 ଗଞ୍ଜାମ ଜିଲ୍ଲା ଦୁର୍ନୀତି… Jun 17, 2026 ଅଗ୍ନିକାଣ୍ଡରେ ପ୍ରବଳ ପୋଡାଜଳା ହେତୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି। ହସ୍ପିଟାଲରେ ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଅମ୍ଳଜାନ ସିଲିଣ୍ଡରରେ ବିସ୍ଫୋରଣ ପାଇଁ ଏହି ନିଆଁ ବ୍ୟାପିବାର କାରଣ ବୋଲି ଅନୁମାନ କରାଯାଉଛି। ଅଦ୍ୟାବଧି ସରକାର କୌଣସି ବିବୃତ୍ତି ଜାରି କରିନାହାଁନ୍ତି। ତିନିମାସ ପୂର୍ବରୁ ଡାକ୍ତରଖାନାରେ ଏକ ନୂଆ କରି ୭୦ଟି ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ କାର୍ଯ୍ୟକ୍ଷମ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ମୁଖପାତ୍ର ଆମୀର ଜାମିଲି କହିଛନ୍ତି ଯେ ଏହି ଘଟଣା ଘଟିବା ସମୟରେ ୬୩ ରୋଗୀ ୱାର୍ଡରେ ଭର୍ତ୍ତି ଥିଲେ। ଇରାକର ନାଗରିକ ପ୍ରତିରକ୍ଷା ମୁଖ୍ୟ ମେଜର ଜେନେରାଲ ଖାଲିଦ ବୋହାନ କହିଛନ୍ତି ଯେ ଡାକ୍ତରଖାନା ନିର୍ମାଣରେ ଜ୍ୱଳନ ଶୀଳ ସାମଗ୍ରୀ ବ୍ୟବହାର କରାଯାଇଥିଲା ଯାହା ଦ୍ୱାରା ନିଆଁ ଶୀଘ୍ର ବ୍ୟାପିଥାଏ। Continue Reading 0 Share