ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଭିନ୍ନ ଦାବି ଉପସ୍ଥାପନା: ପ୍ରଦୀପ ପୁରୋହିତ By Shaksi News Last updated Jul 14, 2021 0 କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ 1. ଓଡିଶାର ଚାଷୀ ପ୍ରତି କ୍ୱିଂଟାଲ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା କିପରି ପାଇବେ ତାହା ରାଜ୍ୟ ସରକାର ସୁନିଶ୍ଚିତ କରନ୍ତୁ 2. ଅନ୍ୟ ରାଜ୍ୟ ଭଳି ରାଜ୍ୟ ସରକାର ଚାଷୀମାନଙ୍କୁ ବାକି ଟଙ୍କା ବୋନସ ଆକାରରେ ଦିଅନ୍ତୁ 3. ଧାନ ମଣ୍ଡିରେ ମିଲର୍ସଙ୍କ ପ୍ରବେଶକୁ ନିସିଦ୍ଧ କରାଯିବା ସହ ସରକାରୀ ସଂସ୍ଥା ଧାନ କିଣି ସାରିବା ପରେ କେବଳ ଧାନ ଉଠାଇବା ପାଇଁ ମିଲର୍ସଙ୍କୁ ଅନୁମତି ଦିଆଯାଉ 4. ଜିଲ୍ଲା ସ୍ତରରେ ଗଠିତ ହେଉଥିବା ଧାନ କ୍ରୟ କମିଟିକୁ ଭୁବନେଶ୍ୱରରୁ ନିୟନ୍ତ୍ରଣ ନକରି ଜିଲ୍ଲା ସ୍ତରରେ ଧାନ କିଣାବିକାର ସମସ୍ତ କ୍ଷମତା ଏହି କମିଟି ଉପରେ ନ୍ୟସ୍ତ କରାଯାଉ 5. କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ବସ୍ତା, ସୁତୁଲି, ପରିବହନ ଆଦି ଖର୍ଚ୍ଚକୁ ଲୁଟ୍ ନକରି ଚାଷୀଙ୍କୁ ଯୋଗାଇ ଦିଆଯାଉ 6. କୌଣସି ମଣ୍ଡିକୁ ସମୟ ଅବଧି ପୂର୍ବରୁ ବନ୍ଦ କରି ଦିଆନଯାଉ ଚାଷ କାର୍ଯ୍ୟ ପାଇଁ ବିଦ୍ୟୁତ ଶୁଳ୍କକୁ ସଂପୂର୍ଣ୍ଣ ଛାଡ କରାଯାଉ ଆହୁରି ପଢ଼ନ୍ତୁ... ଗଞ୍ଜାମ ଜିଲ୍ଲା ସ୍ବର୍ଗତ ପଦ୍ମନାଭ… Aug 24, 2026 ଗଞ୍ଜାମ ଜିଲ୍ଲା (କାଫେ ଉଦଘାଟନ)… Aug 24, 2026 FIH ହକି ବିଶ୍ୱକପ୍ 2026 ର ପୁଲ୍ E… Aug 24, 2026 ଲୋକସେବା ଭବନରେ ପୌରସଂସ୍ଥାଗୁଡ଼ିକର… Aug 24, 2026 7. ଚାଷୀଙ୍କୁ ଦଲାଲ କହିଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡିଶାର ଚାଷୀ ସମାଜକୁ କ୍ଷମା ମଗାନ୍ତୁ ଭୁବନେଶ୍ୱର ,(ଏସ୍ ନ୍ୟୁଜ):- ଗତ କିଛି ବର୍ଷ ଧରି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । କେନ୍ଦ୍ର ସରକାର ପଠାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଓଡିଶାର ଚାଷୀ ପାଉନାହିଁ । ଜିଲ୍ଲାପାଳ, ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀମାନେ ହାତ ଟେକି ଦେଉଥିବାବେଳେ ମଣ୍ଡିମାନଙ୍କରେ ମିଲର୍ସମାନଙ୍କର ରାଜୁତି ଚାଲିଛି । ଚାଷୀଙ୍କ ଧାନ ଭଲ ଥିବା ସତ୍ୱେ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଇଲା ବେଳେ ପ୍ରତି କ୍ୱିଂଟାଲ ପିଛା ୮/୧୦ କେଜି ଧାନ କଟନି ଛଟନି କରୁଛନ୍ତି । ଧାନ କିଣାବିକାରେ ପ୍ରତି କ୍ୱିଂଟାଲରେ ଆରଏମସି ଓ ପ୍ୟାକ୍ସ କୋଟି କୋଟି ଟଙ୍କା କମିଶନ ପାଉଥିବାବେଳେ ମଣ୍ଡିମାନଙ୍କରେ ଭିତିଭୂମି ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହା ଫଳରେ ଅଦିନିଆ ବର୍ଷା ହେଲେ ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ ହେଉଛି । ଆସନ୍ତାକାଲି ଜୁଲାଇ ୧୫ ତାରିଖରୁ ଖରିଫ ଋତୁର ଧାନ ବିକ୍ରି ପାଇଁ ରାଜ୍ୟ ସରକାର ରେଜିଷ୍ଟ୍ରେସନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଗତ ଦିନ ମାନଙ୍କରେ ଅବ୍ୟବସ୍ଥା ହୋଇଥିବାରୁ ଚଳିତ ଖରିଫ ଋତୁରେ ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ । କେନ୍ଦ୍ର ସରକାର ଚଳିତ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଓଡିଶାର ଚାଷୀମାନେ ଯେଭଳି ମିଲର୍ସ ମାନଙ୍କ ଦ୍ୱାରା ଶୋଷଣର ଶିକାର ନହେବେ ଏବଂ ପ୍ରତି କ୍ୱିଂଟାଲ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା କିପରି ପାଇବେ ତାହା ରାଜ୍ୟ ସରକାର ସୁନିଶ୍ଚିତ କରନ୍ତୁ । ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି । ଅନ୍ୟ ରାଜ୍ୟ ଭଳି ରାଜ୍ୟ ସରକାର ଚାଷୀମାନଙ୍କୁ ବାକି ଟଙ୍କା ବୋନସ ଆକାରରେ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନିଜେ ବରଗଡ ଜିଲ୍ଲା ସୋହେଲା ଠାରେ ଅନୁଷ୍ଠିତ ଚାଷୀସମାବେଶରେ ପ୍ରତି କ୍ୱିଂଟାଲରେ ରାଜ୍ୟ ସରକାର ବୋନସ ଦେବା ପାଇଁ ଘୋଷଣା କରିଥିଲେ । ଓଡିଶାର ଯେତେ ଚାଷୀ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିବେ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବା ପାଇଁ ସରକାର ନିଷ୍ପତି ନିଅନ୍ତୁ । ଧାନ ମଣ୍ଡିରେ ମିଲର୍ସଙ୍କ ପ୍ରବେଶକୁ ନିସିଦ୍ଧ କରାଯିବା ସହ ସରକାରୀ ସଂସ୍ଥା ଧାନ କିଣି ସାରିବା ପରେ କେବଳ ଧାନ ଉଠାଇବା ପାଇଁ ମିଲର୍ସଙ୍କୁ ଅନୁମତି ଦିଆଯାଉ । ଯାହାଦ୍ୱାରା ମିଲର୍ସମାନେ ମନଇଚ୍ଛା ଚାଷୀଙ୍କ ଧାନ କଟନି ଛଟନି କରିବା ଏବଂ ଚାଷୀଙ୍କୁ ଶୋଷଣ କରିବାର ସୁଯୋଗ ପାଇବେ ନାହିଁ । ଜିଲ୍ଲା ସ୍ତରରେ ଗଠିତ ହେଉଥିବା ଧାନ କ୍ରୟ କମିଟିକୁ ଭୁବନେଶ୍ୱରରୁ ନିୟନ୍ତ୍ରଣ ନକରି ଜିଲ୍ଲା ସ୍ତରରେ ଧାନ କିଣାବିକାର ସମସ୍ତ କ୍ଷମତା ଏହି କମିଟି ଉପରେ ନ୍ୟସ୍ତ କରାଯାଉ । କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ବସ୍ତା, ସୁତୁଲି, ପରିବହନ ଆଦି ଖର୍ଚ୍ଚକୁ ଲୁଟ୍ ନକରି ଚାଷୀଙ୍କୁ ଯୋଗାଇ ଦିଆଯାଉ । ଗତ ମାର୍ଚ୍ଚ ୨୫ ଓ ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧିମଣ୍ଡଳୀ ଓଡିଶାର ୪ଟି ମଣ୍ଡିକୁ ଯାଇ ସରଜମିନ ତଦନ୍ତ କରି ଯେଉଁ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି , ଚଳିତ ଧାନ କିଣା ପୂର୍ବରୁ ରାଜ୍ୟ ସରକାର ତାହାର ତର୍ଜମା କରନ୍ତୁ । କୌଣସି ମଣ୍ଡିକୁ ସମୟ ଅବଧି ପୂର୍ବରୁ ବନ୍ଦ କରି ଦିଆନଯାଉ । ଚାଷ କାର୍ଯ୍ୟ ପାଇଁ ବିଦ୍ୟୁତ ଶୁଳ୍କକୁ ସଂପୂର୍ଣ୍ଣ ଛାଡ କରାଯାଉ । ଚାଷୀଙ୍କୁ ଦଲାଲ କହିଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡିଶାର ଚାଷୀ ସମାଜକୁ କ୍ଷମା ମଗାନ୍ତୁ ବୋଲି ଶ୍ରୀ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ଚିଠିରେ ଏହି ସମସ୍ତ ଦାବିକୁ ଉଲ୍ଲେଖ କରିଛନ୍ତି । Continue Reading 0 Share