ବିଚ୍ ରାସ୍ତାରେ ବାପା ଓ ଝିଅଙ୍କୁ ଭୁଜାଲି ଚୋଟ By Shaksi News Last updated Jul 16, 2021 0 ଭଦ୍ରକ,(ଏସ୍ ନ୍ୟୁଜ): ବିଚ୍ ରାସ୍ତାରେ ବାପା ଓ ଝିଅଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ। ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ସୂଚନାଯୋଗ୍ୟ ଯେ, ରାସ୍ତାରେ ବାଲି ଓ ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ ବାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ ହୋଇଛି। ବାପା ଓ ଝିଅଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ଗାଁର ଏହି ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା। ତେବେ ଶୁକ୍ରବାର ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୩ ଜଣ ଥାନାରେ ଅଟକ ଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। Continue Reading #odianews#odishanews#STATE NEWSCrimeNews 0 Share