ଭୁବନେଶ୍ୱର, (ଏସ୍ ନ୍ୟୁଜ): ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କେବେ ଦୁଇ ହଜାର ପାର କରୁଛି ତ କେବେ ତଳକୁ ଖସୁଛି । କେଉଁଦିନ ଖୋର୍ଦ୍ଧାରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେବେ କଟକରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଏବେ ସ୍ଥିର ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯ଶହ ୨୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧ଶହ ୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୧୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୮, ଯାଜପୁରରୁ ୧୨୩, ବାଲେଶ୍ୱରରୁ ୧୧୧ ଓ ପୁରୀରୁ ବାହାରିଛନ୍ତି ୧୦୩ ପଜିଟିଭ୍ । ୨୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ସେଥିରୁ ୮ ଜିଲ୍ଲାରେ ୧୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୭୨ହଜାର ୬୧ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ ହାର ରହିଛି ୨.୬୭ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୫୯ହଜାର ୯୮୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୩୫ହଜାର ୭ ଆକ୍ରାନ୍ତ । ଏବେ ରାଜ୍ୟରେ ୧୯ହଜାର ୬୮୫ ଆକ୍ଟିଭ୍ କେସ୍ ରହିଛି ।