ଜଳେଶ୍ୱର, (ଏସ୍ ନ୍ୟୁଜ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ପୋଲିସର ର୍ଦୁବ୍ୟବହାର ବିରୁଦ୍ଧରେ ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳରେ କାର୍ଯ୍ୟକରୁଥିବା ସାମ୍ବାଦିକମାନେ ଏହାକୁ ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସମଗ୍ର ରାଜ୍ୟରେ ଆଇନ୍ଶୃଙ୍ଖଳା ବ୍ୟାହତ ହୋଇଥିବା ନେଇ କ୍ଷୋଭ ପ୍ରକାଶ ପାଇଥିଲା । ସ୍ଥାନୀୟ ଡାକବଙ୍ଗଳା ଠାରେ ଆହୁତ ବୈଠକରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇବା ଓ ଦୋଷୀ କର୍ମଚାରୀଙ୍କୁ ତଦନ୍ତପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରସ୍ତାବମାନ ଦିଆଯାଇଥିଲା । ଏହି ଦାବିପତ୍ର ପ୍ରଦାନ ବେଳେ ଏସ୍କେ ଅବଦୁଲ ରହିମ, ଅବନୀ ଚାନ୍ଦ, ସୁଶାନ୍ତ ପ୍ରଧାନ, ସତ୍ୟବ୍ରତ ସୋମ, ଗୌରଗୋପାଳ ସେନ୍, ମନୋଜ ଭୂୟାଁ, ରାଜେଶ ପ୍ରଧାନ, ଦୁର୍ଗାଶଂକର ଗିରି, ଏସ୍କେ ଆଫସର ଅଲ୍ଲି, ବିନ ପ୍ରଧାନ, ଇଫରାଜ ସାହା, ସୁକୁମାର ରଣା, ରବିନାରାୟଣ ପାତ୍ର, ଭୁପତି ପରିଡା, ଦିନବଂଧୁ ପ୍ରଧାନ, ମୃତ୍ୟୁଞ୍ଜୟ ଦାସ, ଅଜିତ୍ କୁମାର ଦାସ, ସଂଜୟ ଦାସ, ରବିନ୍ଦ୍ର ସେନାପତି, ଗୋପବଂଧୁ ସାହୁ, ଅମର ଆଚାର୍ଯ୍ୟ, ଅରୁଣ ଜେନା, ଅଜୟ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post