ଅଗଷ୍ଟ ୩୧ ଯାଏ କରୋନା କଟକଣା ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପ୍ରଳୟ ରଚିଥିବା ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନକୁ ଅଗଷ୍ଟ ୩୧ ଯାଏ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରର ରାଜ୍ୟଗୁଡିକୁ ପଜିଟିଭିଟି ଅଧିକ ଥିବା ଜିଲ୍ଲାଗୁଡିକରେ କଠୋର କଟକଣା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କହିଛନ୍ତି ଯେ ସଂକ୍ରମଣ ହାର କମୁଥିଲେ ହେଁ କୋଭିଡ କଟକଣା କ୍ଷେତ୍ରରେ କୌଣସି ବୁଝମାଣାର ସୁଯୋଗ କାହା ପାଖରେ ନାହିଁ । ବର୍ତ୍ତମାନ ସମସ୍ତେ ସତର୍କ ରହିବା ଦରକାର । ଆଗକୁ ପାର୍ବଣ ଋତୁ ଆସୁଛି । ଏଥିପାଇଁ ଭିଡ ହେଉଥିବା ସ୍ଥାନରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଛନ୍ତି । ସେ କହିଛନ୍ତି, ସଂକ୍ରମଣ ହାର କମୁଥିବାରୁ ବିଭିନ୍ନ ରାଜ୍ୟ କଟକଣା କୋହଳ କରିବାରେ ଲାଗିଛନ୍ତି । ଯେଉଁ ସବୁ ଜିଲ୍ଲାରେ ଏବେ ବି ପିଜିଟିଭିଟି ରେଟ ଅଧିକ ରହିଛି, ସେଠାରେ କଟକଣାକୁ କଡାକଡି କରାଯାଉ । ସବୁବେଳେ ସରକାରଙ୍କ କୋଭିଡ ଗାଇଡଲାଇନ ପ୍ରୋଟକଲ ପାଳନ କରିବେ ।