ଆଠଗଡ, (ଏସ୍ ନ୍ୟୁଜ): ଆଠଗଡ ସଦର ରେଞ୍ଜରେ ଦୀର୍ଘ ୧୨ ବର୍ଷ ହେବ ହାତୀ ଜଗୁଆଳି ଭାବେ ରବିନ୍ଦ୍ର ଖଟୁଆ କାର୍ଯ୍ୟ କରି ଆସୁଥିଲେ, ଆଠଗଡ ସଦର ରେଞ୍ଜର ଆଏଶା ଅଖତରୀ ନିଶା ଗଳିଳିଗୁଲଜ କରି ମହାମାରୀ କୋରନା ସମୟରେ କାର୍ଯ୍ୟରୁ ବାହାର କରି ଦେଇଥିବା ରବୀନ୍ଦ୍ର ଏକ ଲିଖିତ ଆଭିଯୋଗ କରିଛନ୍ତି ଆଠଗଡ ବନଖଣ୍ଡ ଅଧିକାରୀ ଗୋପୀନାଥ ସୁଦର୍ଶନ ଯାଦବଙ୍କୁ, ଘଟଣାରୁ ପ୍ରକାଶ ତତ କାଳୀନ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ସମୟରେ ଦୀର୍ଘ ୧୨ ବର୍ଷ ହେବ ହାତୀ ଜଗୁଆଳି ଭାବେ ସ୍ୱଳ୍ପ ବେତନରେ ନିଜ ଜୀବନକୁ ବାଜୀ ଲଗାଇ ବନ୍ୟ ଜନ୍ତୁ ସହ ବନ୍ୟ ସମ୍ପଦ ସୁରକ୍ଷା କାର୍ଯ୍ୟ କରି ଆସୁଥିଲେ, କିନ୍ତୁ ଆଏଶା ଅଖତରୀ ନିଶା ସଦର ରେଞ୍ଜର ଭାବେ ଦାଇତ୍ୱ ନେବା ପରେ କିଛି ଏହିଭଳି ଜଗୁଆଳିଙ୍କୁ ବାହାର କରିଥିବା ବେଳେ ରବୀନ୍ଦ୍ର ଖଟୁଆଙ୍କୁ ନିଜ ଘରୋଇ କାଯ୍ୟରେ ନିୟୋଜିତ କରି ନିଜର ପ୍ୟାଣ୍ଟ ସାଟ, ଅଇଁଠା ବାସନ ମାଜିବା, ଲୁଗା ସଫା କରିବା, ଜୋତା ସଫା କରିବା, ଲାଟିନ ସଫା କରାଇବା ପରେ ତଥାପି ମନ ତାଙ୍କର ବୁଝିଲା ନାହିଁ ଜେ ଶେଷରେ ସଦର ରେଞ୍ଜ ଅଧୀନରେ ଥିବା ସିଜର ଖାନା ଯେଉଁଠାରେ ଦିନରେ ରହିବା କଷ୍ଟକର କାରଣ ଭଙ୍ଗା ଘର ଲ, ଆଲୋକ ନାହିଁ, ମୂଷା ମାଟି, ସହ ସାପ ବେଙ୍ଗ ଭିତରେ ରାତିରେ ପୁଣି ଟ୍ରଚ ଲାଇଟ ଟିଏ ନାହିଁ ଏହିଭଳି ଅବସ୍ଥାରେ ସାନ୍ଧ୍ୟ ୫ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଡିଉଟି କରୁଥିଲି ମୋର ମେଲେରିଆ ଓ ଟାଇଫଏଡ ଜ୍ୱର ହେଉଥିବା ବେଳେ ମଧ୍ୟ୍ୟ କିଛି ନ ଶୁଣି ଡିଉଟିକୁ ନ ଆସିଲେ ବାହାର କରିବା ପାଇଁ ଧମକ ଦେଇଥିଲେ ପରେ ଆଉ କଣ ଅସୁବିଧା ମୁଁ କଲିଯେ ମୋତେ ଗାଳି ଗୁଲଜ କରି ଗତ ଦୁଦିନ ତଳେ ବାହାର କରିଦେଲେ ଆଉ ତୁ ଡିଉଟି କରିବୁ ନାହିଁ, ତୁ କଣ କୋଳି ଖାଇ ମଞ୍ଜି ପୋତିଛୁ ମୋ ଇଛା ହେଲା ମୁଁ ମଦନକୁ ବାହାର କରିଦେଲି ମୋର କେହି କିଛି କରିପାରିବେ ନାହିଁ ବୋଲି କହି ବାହାର କଲେ, କୋରନା ମହାମାରୀ ସମୟରେ ପୁଣି ମୁଁ ୪ ମାସ ହେଲା ଦରମା ପାଇ ନାହିଁ ମୁଁ ଗରିବ ଲୋକଟି ଚାଲୁବି କେମିତି ଖାଇବି କଣ ମୋତେ ଦୟା କର ଯେତେ କାକୁତି ମିନତୀ ହେଲେ କିଛି ଲାଭ ହେଲା ନାହିଁ, ଶେଷରେ ଅଜି ଆସି ଆଠଗଡ ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଆଭିଯୋଗ କରିବା ସହ ମୋର ୪ମାସର ଦରମା ସହ ମୋତେ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଗୁହାରି କାରିଥିଲେ, ଅଧିକାରୀ ତୁରନ୍ତ ବିଚାର କରି ବକେୟା ଦରମା ସହ ପୁନଃ କାର୍ଯ୍ୟ କରିବା ପାଇଁ ପ୍ରକାଶ କାରିଥିଲେ ବନଖଣ୍ଡ ଅଧିକାରୀ ଗୋପୀନାଥ ସୁଦର୍ଶନ ଯାଦବ, ଏ ବିଷୟରେ ରେଞ୍ଜର ଆଏଶା ଆଖତରୀ ନିଶାଙ୍କୁ ଯୋଗାଯୋଗ ସମ୍ଭବ ହୋଇପରି ନଥିଲା