କଟକ, (ଏସ୍ ନ୍ୟୁଜ): ଆସନ୍ତାକାଲି ଅଫଲାଇନ ମାଟ୍ରିକ୍ ପରୀକ୍ଷାରେ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୫୧ ଜଣ ଦେବେ ପରୀକ୍ଷା । ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଭିଡ୍ ସ୍କ୍ୱାଡ୍ ଗଠନ ହୋଇଥିବା କହିଛନ୍ତି ବୋର୍ଡ ସଭାପତି । ରେଗୁଲାର୍ ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏ ନେଇ ବୋର୍ଡ ସଭାପତି ରାମାସିସ ହାଜରା ସୂଚନା ଦେଇଛନ୍ତି ।