ତ୍ୱଚାରେ ଚମକ ଆଣିବା ସହ ମୁହଁରେ ବ୍ରଣ ସମସ୍ୟା ଦୂର କରିଥାଏ-ପାଳଙ୍ଗ ଶାଗ By Shaksi News Last updated Jul 29, 2021 0 ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପାଳଙ୍ଗଶାଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ । ହେଲେ ଅନେକଲୋକ ଏହା ଜାଣିନାହାଁନ୍ତି ପାଳଙ୍ଗ ଶାଗ ତ୍ୱଚାକୁ ଉଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ପାଳଙ୍ଗରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ସହ ତ୍ୱଚାପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ। ଏହା ତ୍ୱଚାରେ ଚମକ ଆଣିବା ସହ ମୁହଁରେ ବ୍ରଣ ସମସ୍ୟା ଦୂର କରିଥାଏ । ଆସନ୍ତୁ ଜାଣିବା ପାଳଙ୍ଗରେ କିପରି ପ୍ରସ୍ତୁତ ହୁଏ ଫେସପ୍ୟାକ୍ ।ସାମଗ୍ରୀ : ପାଳଙ୍ଗର କିଛି ପତ୍ରଦହି-୨ ରୁ ୩ ଚାମଚ, ପାଳଙ୍ଗର ପତ୍ରକୁ ଭଲଭାବରେ ଧୋଇ ତାହାର ପେଷ୍ଟ ପ୍ରସ୍ତୁତ କରି ସେଥିରେ ଦହି ଏବଂ ଗୋଲାପ ଜଳ ମିଶ୍ରଣ କରନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ପାଳଙ୍ଗ ଫେସପ୍ୟାକ୍ ।କେମିତି କରିବେ ବ୍ୟବହାର : ପ୍ରସ୍ତୁତ କରିଥିବା ଫେସପ୍ୟାକ୍ କୁ ମୁହଁ ଏବଂ ବେକରେ ଲଗାଇ ୧୫ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ।ଫେସପ୍ୟାକ୍ ଶୁଖିଗଲା ପରେ ସଫା ପାଣିରେ ଧୋଇଦିଅନ୍ତୁ ।ସପ୍ତାହରେ ଦୁଇଥର ଏହା କରିବା ଦ୍ୱାରା ମୁଖ ଜନିତ ସମସ୍ୟା ଦୂର ହୋଇଥାଏ ।ଗ୍ଲୋଇଙ୍ଗ ସ୍କିଂନ ଫେସ ପ୍ୟାକ୍ :ସାମଗ୍ରୀ : କ୍ଷୀର- ୨ ରୁ ୩ ଚାମଚପ୍ରସ୍ତୁତ ପ୍ରଣାଳୀ : ପାଳଙ୍ଗର ପତ୍ରକୁ ଭଲଭାବରେ ଧୋଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ଖିର, ମହୁ ଏବଂ ବେସନ ଭଲ ଭାବରେ ମିଶ୍ରଣ କରନ୍ତୁ ।ବ୍ୟବହାର : ପ୍ରଥମେ ନିଜର ମୁହଁକୁ ଭଲଭାବରେ ଧୋଇ ସଫା କରନ୍ତୁ ।ପ୍ରସ୍ତୁତ କରିଥିବା ଫେସପ୍ୟାକ୍ କୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଫେସପ୍ୟାକ୍ ଶୁଖିଗଲା ପରେ ସଫା ପାଣିରେ ଧୋଇଦିଅନ୍ତୁ । ସପ୍ତାହରେ ଗୋଟିଏ ଥର ପାଳଙ୍ଗର ଫେସପ୍ୟାକ୍ ବ୍ୟବହାର କରନ୍ତୁ । Continue Reading health 0 Share