ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ୩ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା : ଜଣେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍‌ କରିବା ଘଟଣାରେ ୩ ଜଣ ଅଭିକୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ୨ ଜଣ ରାଜମିସ୍ତ୍ରୀ ମିଲନ ତାଙ୍କ ଭାଇ ମୁଲାୟମ ଏବଂ ସାଲେପୁର ଅଞ୍ଚଳର ଦେବଦତ୍ତ ବେହେରା । ତେବେ ଘଟଣାରେ ସମ୍ପୃକ୍ତ ପୀଡ଼ିତା ନାବାଳିକାଙ୍କ ପଡୋଶୀ ସ୍ୱାମୀ-ସ୍ତ୍ରୀ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତ ରାଜମିସ୍ତ୍ରୀ ମିଲନ ଓ ତାଙ୍କ ଭାଇ ମୁଲାୟମ ପୀଡ଼ିତାଙ୍କ ଘର କାମ କରୁଥିଲେ । ପୀଡିତାଙ୍କ ପଡୋଶୀଙ୍କ କଥାରେ ପଡି ପୀଡିତାଙ୍କ କିଛି ଅଶ୍ଳୀଳ ଫଟୋ ଭାଇରାଲ୍‌ କରିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ଗତ ଜୁନ୍‌ ୪ ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ରାଜମିସ୍ତ୍ରୀ ଦୁଇ ଜଣଙ୍କୁ ନଦିଆ ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏହି ଗିରଫଦାରୀ ସମ୍ପର୍କରେ କେନ୍ଦ୍ରାପଡ଼ା ଏସଡିପିଓ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି ।