ଭୁବନେଶ୍ୱର: (ଏସ୍ ନ୍ୟୁଜ): ସୋମବାରଠାରୁ ସମସ୍ତ ୨୫ ରୁଟରେ ଚାଲିବ ମୋ ବସ୍ । ୨୫ ରୁଟରେ ସମସ୍ତ ୧୯୪ ବସ୍ ଚଳାଚଳ କରିବ । ସୋମବାରଠାରୁ ଶୁକ୍ରବାର ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ଚାଲିବ । ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ । ମାସ୍କ ନଥିଲେ ଯାଇପାରିବେ ନାହିଁ । ସଂକ୍ରମଣ ଦୃଷ୍ଟିରୁ ପୂର୍ବରୁ କେବଳ ୧୬ ରୁଟରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ପାଇଁ ବସ୍ ଚାଲୁଥିଲା । ତେବେ ବସରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ । ବସରେ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାତ୍ରା କରିପାରିବେ । କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ତେବେ ଆଗାମୀ ଦିନରେ ଅଧିକ ରୁଟରେ ମୋ ବସ ସେବା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । କରୋନା କଟକଣା କୋହଳ ପରେ ଯାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଥିଲେ କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ।