ବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରୀ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିର ନହଞ୍ଜରା ଗ୍ରାମରେ ଥିବା ଗୟାସୁର ସରକାରୀ ଉପ୍ରାବିଦ୍ୟାଳୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରୀ ହୋଇ ଯାଇଛି । ଘଟଣାରୁ ପ୍ରକାଶ ରାତିରେ ଚୋରମାନେ ଅଫିସ୍‌ ଗୃହ ଚାବି ଭାଂଗି ତା ଭିତରେ ଥିବା ଷ୍ଟାଣ୍ଡଫ୍ୟାନ୍‌, ଗ୍ୟାସ୍‌ ସିଲିଣ୍ଡର, ଫ୍ରିଜର୍‌, ମାଇକ୍‌ସେଟ୍‌ ଇତ୍ୟାଦି ଚୋରୀ କରିନେବା ସହିତ ଆଲମାରୀ ଭାଂଗି କାଗଜପତ୍ର ବୁଣାବୁଣି କରିଥିଲେ । ଏ ସମ୍ପର୍କରେ ସକାଳେ ସହକାରୀ ଶିକ୍ଷୟତ୍ରୀ ପୂର୍ଣ୍ଣିମା ପାତ୍ର ଓ ପ୍ରସମଣି ଜେନା ବିଦ୍ୟାଳୟକୁ ଆସି ଦେଖିବାପରେ ପ୍ରଧାନ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କମିଟିକୁ ଜଣାଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଆରତୀବାଳା କର ଓ ଏସ୍‌ଏମ୍‌ସି ଚେୟାରମେନ୍‌ ସମରେନ୍ଦ୍ର ପରିଡାଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଜଳେଶ୍ୱର ବିଇଓଙ୍କୁ ଅବଗତ କରିଛନ୍ତି ।