ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ନିଜ ମାଆର ଶବ !

ୟୁପି: ଜଣେ ମତ୍ସଜୀବୀ ମାଛ ଧରିବା ପାଇଁ ରାତି ସମୟରେ ନାଳରେ ଜାଲ ବିଛାଇ ଥିଲେ । ଜାଲରେ କୌଣସି ମାଛ ପଡ଼ିନଥିଲା ବରଂ ସେଥିରେ ଫଡି ଥିଲା ନିଜ ମାଆର ଶବ । ଉକ୍ତ ଘଟଣାର ହତ୍ୟା ଆଶଙ୍କା କରି ପୁଲିସରେ ଅଭିଯୋଗ କରି ତଦନ୍ତ ଦାବି ମଧ୍ୟ କରିଥିଲେ । ପୁଲିସ୍‌ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ସୂଚନା ମୁତାବକ, ମତ୍ସଜୀବୀ ରାମବିଳାସ ନିଜର ମାତା ରାମକଲୀ, ୨ପୁଅ ଓ ୩ଜଣ ଝିଅ ସହ ରହୁଥିଲେ । ଗାଁ ବାହାରେ କ୍ଷେତରେ ରାମବିଳାସଙ୍କର ମାଆ ରାମକଳି ପନିପରିବା ତଦାରଖ କରିବାକୁ ରହୁଥିଲେ । ରାମବିଳାସ କ୍ଷେତ ପାଖରେ ଥିବା ନାଳରେ ମାଛ ଧରନ୍ତି । କୁହାଯାଉଛି, ଘଟଣା ଦିନ ରାତିରେ ରାମବିଳାସ କ୍ଷେତକୁ ଯାଇ ମାଆଙ୍କୁ ଖାଇବା ଦେବା ପରେ ପ୍ରବାହିତ ନାଳରେ ମାଛ ଧରିବାକୁ ଜାଲ ବସେଇଥିଲେ । ଏହାପରେ ସେ ନିଜ ଘରକୁ ଚାଲି ଯାଇଥିଲେ । ରାମ ବିଳାସ ସକାଳେ କ୍ଷେତରେ ପହଞ୍ଚିଲେ, ସେଠାରେ ତାଙ୍କ ମାଆଙ୍କୁ ପାଇଲେ ନାହିଁ । ବହୁତ ସମୟ ଖୋଜା ଖୋଜି କରିବା ପରେ ମାଆକୁ ପାଇଲେ ନାହିଁ । ସେହି ନାଳରେ ଲଗେଇ ଥିବା ଜାଲକୁ ବାହାର କରିବାକୁ ଗଲେ । ସେ ଜାଲକୁ ପାଣିରୁ ଉପରକୁ ଟାଣିଲେ ତ ତା ବହୁତ ଓଜନିଆ ଲାଗିଲା । ଏହାପରେ ସେ ଯାହା ଦେଖିଲେ ବିଶ୍ୱାସ କରିପାରିଲେନି । ଜାଲରେ ମାଛ ବଦଳରେ ନିଜ ମାଆର ଶବକୁ ପାଇଲେ । ସେ ତୁରନ୍ତ ଏ ବିଷୟରେ ପୁଲିସକୁ ଜଣାଇ ତଦନ୍ତ ହତ୍ୟା ଅଭିଯୋଗ କରିଥିଲେ ।