ମୁମ୍ବାଇ: ମୁମ୍ବାଇ ପୁଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ପର୍ଣ୍ଣ ଫିଲ୍ମ ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲ୍ ଭୋଗି ସାରିଥିବା ଗହନା ବସିଷ୍ଟ । ପୁଲିସ ତାଙ୍କୁ ଜେଲରୁ ମୁକୁଳାଇବାକୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ସେ ତାଙ୍କର ସହଯୋଗୀଙ୍କ ହ୍ୱାଟ୍ସଆପ୍ ଚାଟ ମଧ୍ୟ ଦେଖାଇଛନ୍ତି । ମୁମ୍ବାଇ ପୋଲିସକୁ ୮ ଲକ୍ଷ ଟଙ୍କା ଦେବାକୁ ସେମାନେ ଯୋଗାଡ଼ କରିଥିଲେ । ସୂଚନା ଥାଉକି ଫେବ୍ରୁଆରୀରେ ଗିରଫ ହୋଇଥିଲେ ଗହନା । ଏକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଗହନା କହିଛନ୍ତି ସେମାନେ ମୋତେ ଛାଡ଼ିଦେବାକୁ ୧୫ ଲକ୍ଷ ଟଙ୍କା ଲଞ୍ଚା ମାଗୁଥିଲେ । ମୁଁ କିଛି ଭୁଲ କରିନଥିଲି ବୋଲି ପୁଲିସଙ୍କୁ କହିଥିଲି । ଏହାପରେ ସେମାନେ କହିଥିଲେ ଆମେ ଯେ କୌଣସି ଲୋକ ବିଷୟରେ କେସ କରିପାରୁ ।