ରାଜଙ୍କୁ ମିଳୁନି ରାଜକୀୟ ସୁବିଧା

ମୁମ୍ବାଇ : ରାଜ୍‌ କୁନ୍ଦ୍ରା ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ଏବେ ଜେଲରେ ଦିନ କାଟୁଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ, ରାଜଙ୍କୁ ଆର୍ଥର ରୋଡ୍‌ ଜେଲ୍‌ ମଧ୍ୟରେ କୌଣସି ସୁବିଧା ଦିଆଯାଉ ନାହିଁ । ଜେଲ୍‌ ସୂତ୍ରରୁ ପ୍ରକାଶ ଯେ କୁନ୍ଦ୍ରାଙ୍କୁ ଅନ୍ୟ କଏଦୀଙ୍କ ପରି ବ୍ୟବହାର କରାଯାଉଛି ଏବଂ ପ୍ରାୟ ୨୦୦ କଏଦୀଙ୍କ ସହ ରଖାଯାଇଛି । କୁନ୍ଦ୍ରାଙ୍କୁ ଜେଲର ସର୍କଲ ନଂ-୬ ରେ ବ୍ୟାରେକ ନମ୍ବର ୪ରେ ରଖାଯାଇଛି । ପ୍ରତ୍ୟେକ ବ୍ୟାରେକରେ ୨୦୦ରୁ ଅଧିକ କଏଦୀ ଅଛନ୍ତି । ୫୦ ଜଣ କଏଦୀଙ୍କ କ୍ଷମତା ଥିବା ଏହି ବ୍ୟାରେକରେ ବର୍ତ୍ତମାନ କୁନ୍ଦ୍ରାଙ୍କ ସମେତ ପ୍ରାୟ ୨୦୦ କଏଦୀ ରହିଛନ୍ତି । କୁନ୍ଦ୍ରାଙ୍କ ସହ ଗିରଫ ହୋଇଥିବା କୁନ୍ଦ୍ରାଙ୍କ ଫାର୍ମର ଆଇଟି ମୁଖ୍ୟ ରିଆନ୍‌ ଥର୍ପଙ୍କୁ ଅଲଗା ବ୍ୟାରେକରେ ରଖାଯାଇଛି ବୋଲି ଜେଲ୍‌ ଅଧିକାରୀମାନେ କହିଛନ୍ତି । ସେ ଆହୁରି କହିଛନ୍ତି, କୁନ୍ଦ୍ରାଙ୍କ ମଧ୍ୟ ସମାନ ଜଳଖିଆ ଦିଆଯାଉଛ ।