ସାମନ୍ଥାଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଅକ୍କିନେନି କରିଥିବା କାମ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ସେ ନିଜ ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟର ନାଁ ପରିବର୍ତ୍ତନ କରିଥିବା ଦେଖାଯାଇଛି । ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟରେ ପୂର୍ବରୁ ତାଙ୍କ ନାଁ ସାମନ୍ଥା ଅକ୍କିନେନି ଥିବା ବେଳେ ଏବେ ସେ ନିଜ ନାଁରୁ ଅକ୍କିନେନି ହଟାଇବା ସହ କେବଳ ଏସ ରଖିଥିବା ଦେଖାଯାଇଛି । ସାମନ୍ଥା ହଠାତ ଏଭଳି କରିଥିବାରୁ ଅକ୍କିନେନି ପରିବାର ସହ ଏବଂ ସ୍ୱାମୀଙ୍କ ସହ ତାଙ୍କର କିଛି ସମସ୍ୟା ଆରମ୍ଭ ହୋଇଛି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ତେବେ ସାମନ୍ଥା ଏଭଳି କରିବା ପଛର କାରଣ ଏପର୍ୟ୍ୟନ୍ତ ଜଣାଇନାହାନ୍ତି ।