ଭୁବନେଶ୍ୱର, (ଏସ୍ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି । ଫଳରେ ଓଡ଼ିଶାରେ ବର୍ଷା କମିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ ଅନୁସାରେ ଲଘୁଚାପ ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି । ତେବେ ଲଘୁଚାପ ହଟିଯାଇଥିବାରୁ ଓଡ଼ିଶାରେ ଚାଲିଥିବା ଲଗାଣ ବର୍ଷା କମିଯାଇଛି । ଆଗାମୀ ଅଗଷ୍ଟ ୩ ପର୍ୟ୍ୟନ୍ତ ରାଜ୍ୟର ଅଳ୍ପ କେତୋଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ ।