ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ରାଇରଙ୍ଗପୁର, (ଏସ୍‌ ନ୍ୟୁଜ): ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓ ବାଦମପାହାଡ଼ ରେଞ୍ଜର । ସୂଚନାଯୋଗ୍ୟ ଯେ, ବାଦମପାହାଡ଼ ରେଞ୍ଜ ଟିଆକାଟି ଗ୍ରାମର ସୁଖୀ ବାସ୍କ ନାମକ ବୃଦ୍ଧା ତିନି ଚାରି ଜଣ ଅନ୍ୟ ମହିଳାଙ୍କ ସହିତ ଛତୁ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଟି ଗୋଠଛଡ଼ା ହାତୀ ହାବୁଡ଼ରେ ପଡ଼ିଥିଲେ । ଅନ୍ୟମାନେ ଦୌଡ଼ି ପଳାଇଥିଲା ବେଳେ ସାଉନାଙ୍କୁ ହାତୀ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।