ଡେଲଟା ପାଇଁ ଆମେରିକାରେ ଭୟଙ୍କର ସ୍ଥିତି

ନୂଆଦିଲ୍ଲୀ: ଡେଲଟା ଭ୍ୟାରିଆଣ୍ଟ ପାଇଁ ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି । କୋଭିଡ-୧୯ ଟିକା ନେଇଥିବା ଲୋକମାନେ ମଧ୍ୟ ଏଥିରେ ଶିକାର ହେଉଥିବା ଦେଖାଯାଉଛି । ଯାହାକୁ ନେଇ ଆମେରିକୀୟଙ୍କୁ ସତର୍କ କରାଇଛି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭନସନ ବା ସିଡିସି ପକ୍ଷରୁ କୁହାଯାଇଛି । ଏବେ ଆମେରିକାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଉପରେ ରହୁଛି । ସମସ୍ତ ସଂକ୍ରମିତ ଡେଲଟା ଭ୍ୟାରିଆଣ୍ଟରେ ଆକ୍ରାନ୍ତ । ସ୍ଥିତି ବିଗୁଡ଼ୁଥିବା ବେଳେ ପୁଣି କଟକଣା ବଢ଼ାଇଛନ୍ତି ଆମେରିକା ସରକାର । ସାରାଦେଶରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏହାସହ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦେଇଛି ସିଡିସି । ଜୁନ୍‌ ଅପେକ୍ଷା ଜୁଲାଇରେ ସଂକ୍ରମିତଙ୍କ ସଂଖ୍ୟା ୧୦ଗୁଣା ବଢ଼ିଛି । ଦିନକୁ ପାଖାପାଖି ୧ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆମେରିକା ସହ ବ୍ରିଟେନ ବି ଡେଲଟା ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଛି । ବ୍ରିଟେନର ଦୈନିକ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ପ୍ରତିଶତ ଡେଲଟା ଭ୍ୟାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି । ସେହିପରି ଫିଲିପାଇନ୍ସରେ ଡେଲଟା ଡରରେ ଦୁଇ ସପ୍ତାହ ଲକଡାଉନ ଅବଧି ବଢ଼ାଇଛନ୍ତି ସରକାର । ସେପଟେ ଜାପାନରେ ବି ବଢୁଛି ଡେଲଟା ସଂକ୍ରମିତଙ୍କ ସଂଖ୍ୟା । ସେହିପରି ଚୀନରେ ବି ଡେଲଟାକୁ ନେଇ ହାଇଆଲର୍ଟ କରାଯାଇଛି ।