ଶିଳ୍ପାଙ୍କ ସମର୍ଥନରେ ବଲିଉଡ ସେଲେବ୍ରିଟି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସୋସିଆଲ ମିଡିଆରେ ସ୍ୱାମୀଙ୍କ ପର୍ଣ୍ଣ ମାମଲା ଏବଂ ଗିରଫଦାରୀକୁ ନେଇ ଟ୍ରୋଲ କରାଯାଉଛି । ତାଙ୍କୁ ମଧ୍ୟ ଦୋଷୀ ବୋଲି କୁହାଯାଇଛି । ସୋସିଆଲ ମିଡିଆରେ ଟ୍ରୋଲରଙ୍କୁ ଜବବା ଦେବା ପାଇଁ ଶିଳ୍ପାଙ୍କ ସମର୍ଥନରେ ବାହରିଛନ୍ତି ଅନେକ ବଲିଉଡ ସେଲେବ୍ରିଟି । ଫିଲ୍ମ ମେକର ହଂସଲ ମେହତାଙ୍କ ପରେ ଅଭିନେତ୍ରୀ ରୁଚା ଚଡ୍ଡା ଏବେ ତାଙ୍କ ସମର୍ଥନରେ ବାହାରିଛନ୍ତି । ରୁଚା ହଂସଲ ମେହତାଙ୍କ ଟ୍ୱିଟକୁ ରି-ଟ୍ୱିଟ କରି ଶିଳ୍ପାଙ୍କୁ ସପୋର୍ଟ କରିଛନ୍ତି । ସେ ଲେଖିଛନ୍ତି, ପୁରୁଷଙ୍କ ଭୁଲ ପାଇଁ ମହିଳାମାନଙ୍କୁ ଦୋଷ ଦେବା ଏକ ଖେଳ ହୋଇଗଲାଣି । ସେ ମକଦ୍ଦମା ଲଢୁଥିବା ଲାଗି ମୁଁ ବେଶ୍‌ ଖୁସି । ଏହାପୂର୍ବରୁ ହଂସଲ ମେହେତା ମଧ୍ୟ ଶିଳ୍ପାଙ୍କ ସମର୍ଥନରେ ଟ୍ୱିଟ୍‌ କରି ଲେଖିଥିଲେ, ଯଦି ଆପଣ ତାଙ୍କ ସହ ଠିଆ ହୋଇପାରିବେ ନାହିଁ, ତେବେ ତାଙ୍କୁ ଛାଡି ଦିଅନ୍ତୁ । ଏହା ଦୁର୍ଭାଗ୍ୟଜନକ ଯେ ସାଧାରଣ ଜୀବନରେ ନ୍ୟାୟ ହେବା ପୂର୍ବରୁ ଲୋକମାନେ ଅନ୍ୟଙ୍କୁ ଦୋଷୀ ବୋଲି ଭାବନ୍ତି । ସୂଚନା ମୁତାବକ ନଗ୍ନ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ଗିରଫ କରିଥିଲା । ବର୍ତ୍ତମାନ ସେ ପୁଲିସ ହେପାଜତରେ ଅଛନ୍ତି ।