ଜାପାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଟୋକିଓ: ଜାପାନରେ ହଠାତ୍‌ କରୋନା ସଂକ୍ରମଣ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଆସନ୍ତା ଅଗଷ୍ଟ ୩୧ ପର୍ୟ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଟୋକିଓ, ସୈତାମା, ଚିବା, କାନାଗାମା, ଓସାକା ଏବଂ ଓକିନାୱାରାରେ ଏହି ଘୋଷଣା କରାଯାଇଛି । ଟୋକିଓରେ ଅଲିମ୍ପିକ୍ସ ଚାଲିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ କ୍ରୀଡାବିତ୍‌ ଏକାଠି ହୋଇଛନ୍ତି । ପୂର୍ବରୁ ଟୋକିଓରେ ସଂକ୍ରମଣ କମ ଥିବା ବେଳେ ଏବେ ଅଲିମ୍ପିକ୍ସ ଆରମ୍ଭ ହେବା ପରଠାରୁ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଟୋକିଓ ଏବଂ ଓକିନାୱାରାରେ ଦୁଇ ଦିନ ଭିତରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ସହ ଟୋକିଓ ଅଲିମ୍ପିକ୍ସରୁ ୨୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅଲିମ୍ପିକ୍ସ ପାଇଁ ଜାପାନରେ କରୋନା ସଂକ୍ରମଣ ବଢୁଥିବା କୁହାଯାଉଛି । ଏହା ସଂକ୍ରମଣ ବଢ଼ୁଥିବାରୁ ଅଲିମ୍ପିକ୍ସକୁ ବନ୍ଦ କରିବା ପାଇଁ ମଧ୍ୟ ଟୋକିଅବାସୀ ଦାବି କରିବା ଆରମ୍ଭ କଲେଣି ।