ବିଷ ଦେଇ ୩୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ!

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦିଆ ଯାଇଥିବାର ଖବର ସାମ୍ନାକୁ ଆସିଛି । ଏହି କୁକୁରମାନଙ୍କୁ ଗ୍ରାମପଞ୍ଚାୟତ ପକ୍ଷରୁ ଧରାଯାଇଥିଲା ଆଉ ଏହି କୁକୁରମାନଙ୍କ ମୃତଦେହକୁ ପୋତାଯାଉଥିବାବେଳେ ଏହା ଜଣାପଡିଥିଲା । ଏହି ଘଟଣାକୁ ନେଇ ସାମାଜିକ କର୍ମୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଏହି କୁକୁରମାନଙ୍କୁ ସରପଞ୍ଚ ଓ ପଞ୍ଚାୟତ ସେକ୍ରେଟାରୀ ହତ୍ୟା କରି ଗାଁର ଏକ ଟାଙ୍କି ନିକଟରେ ପୋତି ଦେଇଥିଲେ । ସେଠାରେ ରହୁଥିବା କିଛି ଘୁଷୁରି ପାଳକ ଏହା ଦେଖିଥିଲେ । ଏହି ଘଟଣାକୁ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ସରପଞ୍ଚ ଏବଂ ସଚିବଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି ।