ମୋରଡା, (ଏସ୍ ନ୍ୟୁଜ୍) : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ହେବା ମାତ୍ରେ ମୋରଡା ପୁଲିସ ଅଭିଯୁକ୍ତକୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ବାରିପଦା ସଦର ଥାନା ଅନ୍ତର୍ଗତ ରାଜାବସାର ଯୋଗେନ୍ଦ୍ର ମାରାଣ୍ଡି । ସୂଚନା ଅନୁଯାୟୀ, ଯୋଗେନ୍ଦ୍ର ନାବାଳିକାଙ୍କୁ ଏକ ନିଚ୍ଛାଟିଆ ସ୍ଥାନକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନାବାଳିକା ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ୧୬୫/୨୧ରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।