ରାଜନଗର, (ଏସ୍ ନ୍ୟୁଜ୍) : ଆସନ୍ତା ୫ ତାରିଖରୁ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଖୋଳିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କୋରନା ପାଇଁ ଦୀର୍ଘ ଦିନ ହେଲା ଭିତରକନିକାକୁ ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା । ଚଳିତମାସ ନୂଆ ଗାଇଡଲାଇନ ଆସିବା ପରେ ଭିତରକନିକା ଅଭୟାରଣ୍ୟ ଖୋଲିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ । କଟକଣା ସହିତ ଖୋଲିବ ଭିତରକନିକା ଅଭୟାରଣ୍ୟ । ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୫ରେ ଭିତରକନିକା ଅଭୟାରଣ୍ୟ ପର୍ୟ୍ୟଟକଙ୍କ ପାଇଁ ଖୋଲିବା ସହ କଡ଼ାକଡ଼ି ଭାବେ କୋଭିଡ୍ ଗାଇଡଲାଇନ ପାଳନ ହେବ । ପର୍ୟ୍ୟଟକଙ୍କୁ ଅଭୟାରଣ୍ୟରେ ରାତ୍ରୀଯାପନ ପାଇଁ କରିପାରିବେନି । କେବଳ ଦିନରେ ହିଁ ଅଭୟାରଣ୍ୟ ବୁଲିପାରିବେ । ସେଠାରେ କୌଣସି ହୋଟେଲ କିମ୍ବା ଲଜରେ ରାତ୍ରୀଯାପନ କରିପାରିବେ ନାହିଁ । କୋଭିଡ ନିୟମ ଉଲ୍ଲଂଘନ ହେଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।