ଆଠଗଡ, (ଏସ୍ ନ୍ୟୁଜ୍) : ଆଠଗଡ ସଦର ରେଞ୍ଜ ଅନ୍ତର୍ଗତ ମେଘା ପଞ୍ଚାୟତ ଧୂରୁକୁଡିଆ ଗ୍ରାମରେ ଦୀର୍ଘ ଦିନ ହେବ ସ୍ଥାନୀୟ ବନ କର୍ମଚାରୀଙ୍କ ସହଯୋଗରେ ସରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଗଛ ଗୁଡିକ କାଟି ନିଜର ଘର ଓ ଫାର୍ମ ହାଉସଠାରେ ଗଛିତ କରବା ସହ ଭ୍ରମ୍ୟମାଣ କରତକଳ ସାହାଯ୍ୟରେ ଚିରଟ କରି ସ୍ପଷ୍ଟ ଦିବାଲୋକରେ ବିଭିନ୍ନ ଜାଗାକୁ ପଠାଇଥାନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ କଟକ ମୋବାଇଲ ଟିମ ଆସି ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ କରିଥିଲା । ତେବେ ଆଠଗଡ ବନ ବିଭାଗ ଫେଲ ମାରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବାରମ୍ବାର ଆଭିଯୋଗ ପରେ ଆଠଗଡ ସଦର ରେଞ୍ଜେର ୨/୩ ଥର ଚଢ଼ାଉ କରି ମୂଲ୍ୟବାନ କାଠଗଣ୍ଡି ମାନ ଜବତ କରିଥିବା ବେଳେ ମାଫିଆ ଫେରାର ହେବା ସହ ଧରା ପଡୁନଥିଲେ । ଫଳରେ ସେହି ସ୍ଥାନରେ ପୁର୍ନବାର ଜଙ୍ଗଳରୁ ମୂଲ୍ୟବାନ କାଠ ଆସି ଚିରଟ କରାଯାଇ ଚାଲାଣ କରାଯାଉଥିଲା । ଏ ବିଷୟରେ ବାରମ୍ବାର ସ୍ଥାନୀୟ ଅଞ୍ଚରୁ ଆଭିଯୋଗ ଆସୁଥିବାବେଳେ ସ୍ଥାନୀୟ ବନ କର୍ମଚାରୀ ବିଭାଗରେ ଭ୍ରମ ସୃଷ୍ଟି କରିବା ସହ ମାଫିଆଙ୍କ ସହ ସାଲାସୁତୁରାରେ କାଠ ନଥିବା ଦିନ ଚଢ଼ାଉ କରି ଫେଲ ମରିଥାନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଅଭିଯୋଗକୁ ମିଥ୍ୟ କରିଥାନ୍ତି ଏହି ବନବିଭାଗର କର୍ମଚାରୀମାନେ । ଏହି ଜଙ୍ଗଲ ସମ୍ପଦ ଲୁଟେରା କାଠ ମାଫିଆଙ୍କ ପରିବାର ସ୍ଥାନୀୟ ଅଞ୍ଚର ସମାଜ ସେବି ତଥା ପରିବେଶ ବିତ ନିର୍ମଳ ପାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ କାଠ ମାଫିଆ ଗଛିତ କାଠକୁ ଚାଲାଣ କରିପାରିନଥିଲେ । ଫଳରେ ବିଶେଷ ସୂତ୍ରରୁ ଆଠଗଡ ବନଖଣ୍ଡ ଅଧିକାରୀ ଗୋପୀନାଥ ସୁଦର୍ଶନ ଯାଦବଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ବନ କର୍ମଚାରୀଙ୍କ ସମେତ ହାତୀ ଜଗୁଆଳିମାନେ କାଠ ମାଫିଆ ପ୍ରଭାକର ଦାସଙ୍କ ଘର ଓ କୁକୁଡା ଫାର୍ମ ହାଉସରେ ଚଢାଉ କରି ୨ଟ୍ରାକ୍ଟର ଫାଶି, ଶିରିଶ କାଠଗଣ୍ଡି ଓ ଗୋଟିଏ ପିକ୍ଅପ ଚାକୁଣ୍ଡା, ଶାଗୁଆନ ଶିରିଶ ପଟାକୁ ଜବତ କରିଥିଲା । ତେବେ ସ୍ଥାନୀୟ ବନ କର୍ମଚାରୀଙ୍କ ସୂତ୍ରରୁ ଖବର ପୂର୍ବରୁ ଖବର ପାଇଁ କିଛି କାଠକୁ ଅନ୍ୟତ୍ର ଲୁଚାଇ ଦେଇଥିବା ବେଳେ ମାଫିଆ ଫେରାର ହେବାରେ ସଫଳ ହୋଇଥିଲେ । ଏହି ଚଢ଼ାଉରେ ସଦର ରେଞ୍ଜରଙ୍କ ସହିତ ରାଜନଗର ଫରେଷ୍ଟର କୃଷ୍ଣ ଚନ୍ଦ୍ର ଦେହୁରୀ, ସ୍କ୍ୱାର୍ଡ ମେମ୍ବର ରବି ପ୍ରଧାନ, ସାଗର ସାହୁ, ଚନ୍ଦ୍ରକାନ୍ତ ଦଳେଇ, ପଞ୍ଚାନନ ନାୟକ, ସନ୍ତୋଷ ସାହୁ ଇତ୍ୟାଦି ସହୋଯୋଗ କରିଥିଲେ । ଆନୁମାନିକ ଜବତ କାଠର ମୂଲ୍ୟ ୫୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନଖଣ୍ଡ ଅଧିକାରୀ ଯାଦବଙ୍କ ସୂତ୍ରରୁ ପ୍ରକାଶ କରିଥିଲେ । କାଠ ମାଫିଆ ପ୍ରଭାକର ଦାସ ଓ ତାର ଦୁଇପୁଅ ଫେରାର ହୋଇଯାଇଛନ୍ତି । କିନ୍ତୁ ଚଢ଼ାଉ କରିଥିବା ରେଞ୍ଜରଙ୍କୁ ଚଢ଼ାଉ ବିଷୟରେ ସୂଚନା ପାଇଁ ଯୋଗାଯୋଗ କରିଥିବା ବେଳେ ସୂଚନା ନଦେବା କି ଫୋନ ନଉଠାଇବା ଘଟଣାର ପଛର କାରଣ ଜଣାପଡୁନାହିଁ । ସୂଚନା ଥାଉକି କାଠ ମାଫିଆ ପ୍ରଭାକର ଦାସ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବାର ୨୪ ଘଣ୍ଟା ନପୁରୁଣୁ ବନବିଭାଗ କାଠ ମାଫିଆଙ୍କ ଘରେ ଚଢାଉ କରି ବିପୁଳ କାଠ ଜବତ କରିଛି । ତେବେ ବନବିଭାଗ ପକ୍ଷରୁ କାଠ ମାଫିଆ ପ୍ରଭାକର ଦାସଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।