ବାଲେଶ୍ୱର, (ଏସ୍ ନ୍ୟୁଜ): କୋଲକତାରୁ ବାଲେଶ୍ୱର ଯାଉଥିବା ଡବ୍ଲୁବି୨୩ଏଫ ୩୫୩୭ କେମିକାଲ ବୋଝେଇ ଏକ ଟ୍ୟାଙ୍କର ଟୋଲ ପ୍ଲାଜାର ଅନତୀ ଦୂରରେ ନୟନଯୋରୀକୁ ଗଡିଯାଇଥିଲା । ଡ୍ରାଇଭରର ବେପାରୁଆ ଗାଡି ଚାଳନାଯୋଗୁଁ ଏହି ଟ୍ୟାଙ୍କରଟି ନୟନଯୋରୀକୁ ଗଡିଗଲା ପରେ ଏଥିରେ ଥିବା କର୍ମଚାରୀ ଆହତ ହୋଇ ଜିକେଭଟ୍ଟର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଟ୍ୟାଙ୍କରରେ ବିଶାକ୍ତ କେମିକାଲ ଥିବାର ଅନୁମାନ କରି ସ୍ଥାନୀୟ ଅଂଚଳରେ କୋକୂଆଭୟ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ପୁଲିସ୍ ଟ୍ୟାଙ୍କରକୁ ଜଗିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଏହି ଉପାନ୍ତ ଅଂଚଳରୁ ବିଭିନ୍ନ ସମୟରେ ଟ୍ୟାଙ୍କର ଗୁଡିକୁ କେତେକ ଦୁବୃର୍ତ୍ତ ଅପହରଣ କରି ନେଇ ଯାଉଥିବାର ବହୁ ଅଭିଯୋଗ ଓ ଘଟଣା ରହିଛି ।