ସହରରେ ବାଇକ୍‌ ଚୋରି ବଢୁଛି

ବାଲେଶ୍ୱର, (ଏସ୍‌ ନ୍ୟୁଜ): ଜଳେଶ୍ୱର ବଜାରରୁ ଗତ ୫ଦିନ ମଧ୍ୟରେ ୨ଟି ବାଇକ୍‌ ଚୋରି ହୋଇଥିବା ବେଳେ ଏବେ ଜନଅସନ୍ତୋଷ ବଢି ଚାଲିଛି । ଆଜି ମ୍ୟୁନିସିପାଲଟି ଅନ୍ତର୍ଗତ ପଂଚୁଘଣ୍ଟା ଗାଁର ଶଂକର୍ଷଣ ସାହୁ ଏକ ବାଇକ୍‌ ନଂ ଓଡି୦୧ସି୪୪୧୮ ଡେଲି ମାର୍କେଟ ନିକଟରେ ରଖି ତାଲା ପକାଇ ଯାଇଥିବା ବେଳେ ୨ଘଣ୍ଟାପରେ ଆସି ବାଇକ୍‌ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହି ବାଇକ୍‌ଟି ଜଣେ ଦୃବ୍ୟର୍ତ୍ତ ନେଇ ଯାଉଥିବାର ସିସିଟିଭି ଫୁଟେଜ୍‌ରୁ ଜଣାପଡିଛି । ସେହିପରି ୪ ଦିନ ପୂର୍ବରୁ ଛମୌଜ ହାଇସ୍କୁଲର କର୍ମଚାରୀ ଷ୍ଟେସନ ସମ୍ମୁଖରେ ନିଜର ବାଇକ୍‌ ରଖି ଷ୍ଟେସନକୁ ଯାଇଥିବା ବେଳେ ତାହା ଚୋରି ହୋଇ ଯାଇଥିଲା । ଏହିପରି କ୍ରମାଗତଭାବେ ବାଇକ୍‌ ଚୋରି ହେଉଥିବାରୁ ପୁଲିସ୍‌ ବାଇକ୍‌ଚୋର ର‍୍ୟାକେଠ ଠାବ କରିବାକୁ ସାଧାରଣରେ ଦାବି ହେଉଛି ।