ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପୁଣି ଥରେ ଭାରତ ପାଇଁ ଖାସ ହେବାକୁ ଯାଉଛି । ବୁଧବାର ଭାରତ ପାଇଁ ଏକ ବିଶେଷ ମୁହୂର୍ତ୍ତ ଆଣିବାକୁ ଯାଉଛି । କାରଣ ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲ ରେ ଆର୍ଜେଣ୍ଟିନା ସହ ମୁକାବିଲା କରିବ । ଭାରତୀୟ ସମୟ ଅନୁସାରେ ଏହା ସାଢେ଼ ୩ ଟା ରେ ଆରମ୍ଭ ହେବ । ତେବେ ଏହା ପରେ ଟୋକିଓ ଅଲିମ୍ପିକର ତ୍ରୟୋଦଶ ଦିବସରେ ଭାରତକୁ ଶୁଭ ଖବର ଆସିଛି । ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଛନ୍ତି । ଏଥିସହ ଗ୍ରୁପ ‘ଏ’ରେ ନିରଜ ପ୍ରଥମ ସ୍ଥାନରେ ରହିଛନ୍ତି । ଅଲିମ୍ପିକର କ୍ୱାଲିଫିକେସନ ରାଉଣ୍ଡରରେ ୮୬.୬୫ ମିଟର ଦୂରତା ଥ୍ରୋ କରି ନିରଜ ଏହି ଗୌରବ ହାସଲ କରିଛନ୍ତି ।